Saturday, April 11, 2026
25.2 C
Odisha

    ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ମାଲକାନଗିରି: କୋରକୋଣ୍ଡା ଥାନା ଅନ୍ତର୍ଗତ ପୋଟ୍ରେଲ ଛକ ନିକଟରେ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ ଏକ ବାଇକ୍‌ ମଧ୍ୟ ରହିଛି।ଘଟଣା ଅନୁଯାୟୀ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପୋଟ୍ରେଲ ଗ୍ରାମର ରାଜୁ ପାଙ୍ଗିଙ୍କ ପୁଅ ରାହୁଲ ପାଙ୍ଗି(୨୫)। ପରିବାର ଲୋକଙ୍କ କହିବା ଅନୁଯାୟୀ ଶୁକ୍ରବାର ସଂଧ୍ୟାରେ କୌଣସି କାମ ଅଛି କହି ବାହାରକୁ ଯାଇ ଆଉ ରାତିରେ ଘରକୁ ଫେରିନଥିଲା।
    ତେବେ ଆଜି ସକାଳେ ପୋଟ୍ରେଲ ଛକ ନିକଟରେ ତାର ମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ମୃତ ରାହୁଲଙ୍କ ମୁହଁ ଏବଂ ଅନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଥିବା ବେଳେ ଶବ ନିକଟରେ ବାଇକ୍‌ ପଡିଥିଲା। ତୁରନ୍ତ ପରିବାର ଲୋକେ କୋରକୋଣ୍ଡା ଥାନାରେ ଏତଲା ଦାୟର କରିଥିଲେ।ଏତଲାକୁ ଭିତ୍ତି କରି କୋରକୋଣ୍ଡା ଆଇଆଇସି ହିମାଂଶୁ ବାରିକ ତଦନ୍ତ ଆରମ୍ଭ କରିଛନ୍ତି। ପରିବାର ଲୋକେ ଏତଲାରେ କୌଣସି ଏକ ଅଜଣା ଗାଡି ଧକ୍କାରେ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। କିନ୍ତୁ ପୁଲିସର ପ୍ରାଥମିକ ତଦନ୍ତରେ ସେ ନିଜେ ହୁଏତ ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରନ୍ତି ବୋଲି ଅନୁମାନ କରୁଛି। ଏନେଇ ତଦନ୍ତ ଚାଲିଥିବା ଆଇଆଇସି ଶ୍ରୀ ବାରିକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1.3kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ