Friday, March 20, 2026
21.7 C
Odisha

    ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି-ଝାରପୋଖରିଆ ୪୯ ନମ୍ବର ଜାତୀୟ ରାଜପଥ ପୁଆଣି ଛକ ନିକଟରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ରବୀନ୍ଦ୍ର ମୁଣ୍ଡା (୩୭)।
    ଝାରପୋଖରିଆ ଥାନା ଅନ୍ତର୍ଗତ ପୋଡ଼ାସିଆ ଗ୍ରାମର କ୍ଷେତ୍ର ମୋହନ ମୁଣ୍ଢାଙ୍କ ପୁଅ ରବୀନ୍ଦ୍ର ମୁଣ୍ଡା ନିଜର ସାଙ୍ଗ ଭଗବାନଙ୍କ ସହିତ କୌଣସି କାମରେ ବାହାରକୁ ଯାଇଥିଲେ। ସେମାନେ କାମ ସାରି ଘରକୁ ଫେରୁଥିବା ସମୟରେ ପୁଆଣି ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରୁ ଧକ୍କା ଦେଇଥିବା ଟ୍ରକ୍‌ ଫେରାର ହୋଇଯାଇଛି। ଏହି ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ଭଗବାନ ଗୁରୁତର ଆହତ ହୋଇଛନ୍ତି।
    ଝାରପୋଖରିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ କରିବା ପରେ ଶବକୁ ବ୍ୟବଛେଦ ପାଇଁ ବାରିପଦା ପିଆରଏମ୍‌କୁ ପଠାଇଥିବା ଜଣାଯାଇଛି। ଗୁରୁତର ଭଗବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ