Friday, May 10, 2024
39.8 C
Odisha

    ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ମିଳିଲା ଜାମିନ

    ଆଗକୁ ପଢନ୍ତୁ

    ନୋଏଡା ଜେଲରେ ବନ୍ଦ ଥିବା ୟୁଟ୍ୟୁବର ଏଲଭିସ ଯାଦବଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସେ ମାର୍ଚ୍ଚ ୧୭ ତାରିଖରୁ ଜେଲରେ ଥିଲେ, ତାଙ୍କୁ ୫୦ ହଜାର ଟଙ୍କା ବେଲ ବଣ୍ଡ ଆଧାରରେ ଜାମିନ ଦିଆଯାଇଛି । ଉାର୍ଚ୍ଚ ୧୭ ତାରିଖରେ ନୋଏଡା ପୋଲିସ ଜେରା ପାଇଁ ଏଲଭିସଙ୍କୁ ଡାକିଥିଲା । ଦୀର୍ଘ ସମୟ ଧରି ଜେରା କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ପୋଲିସ ତାଙ୍କୁ ଜେଲରେ ଉପସ୍ଥିତ କରାଇ ୧୪ ଦିନିଆ ରିମାଣ୍ଡରେ ଆଣିଥିଲା । ଏହାପରେ ନୋଏଡା ପୋଲିସ ସାପ ବିଶ କାରବାର ମାମଲାରେ ଆଉ ଦୁଇ ଅଭିଯୁକ୍ତ ଇଶ୍ୱର ଓ ବିନୟକୁ ଗିରଫ କରିଥିଲା । ଏଲଭିସଙ୍କୁ ଗିରଫ କରିଥିବା ନୋଏଡା ଡିସିପି ବିଦ୍ୟା ସାଗର ମିଶ୍ରା କହିଛନ୍ତି କି, ବନ୍ୟପ୍ରାଣୀ ସଂରକ୍ଷଣ ଅଧିନିୟମ ୧୯୭୨ କ୍ରମରେ ଏଲଭିସଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ଏବେ ଏଲଭିସ ଯାଦବଙ୍କ ବ୍ୟତୀତ ଏହି ମାମଲାରେ ଯେଉଁ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କୁ ଜେରା କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    39.8 ° C
    39.8 °
    39.8 °
    21 %
    1.8kmh
    13 %
    Fri
    36 °
    Sat
    40 °
    Sun
    41 °
    Mon
    40 °
    Tue
    40 °

    ସମ୍ବନ୍ଧିତ