Saturday, April 11, 2026
33.7 C
Odisha

    ଜାକିର୍ ହୁସେନଙ୍କ ନାମ ଆଗରେ ଉସ୍ତାଦ ଲଗାଇଥିଲେ ଏହି ବିଶିଷ୍ଟ ବ୍ୟକ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଶ୍ବରେ ଭାରତୀୟ ସଙ୍ଗୀତ ଜଗତର ଉଜ୍ଜ୍ବଳ ଦୀପଶିଖା ଜାକିର ହୁସେନଙ୍କ ଜୀବନ ଦୀପ ଲିଭିଯାଇଛି। ୭୩ ବର୍ଷ ବୟସରେ ଆମେରିକାରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତବଲା‌ରେ ତାଙ୍କ ଆଙ୍ଗୁଠି ଚାଲିବା ସମୟରେ ଯେଉଁ ନାଦ ଏବଂ ତାଳ ସୃଷ୍ଟି ହେଉଥିଲା ତାହା ସମସ୍ତଙ୍କୁ ବାନ୍ଧି ରଖୁଥିଲା। ଏବେ ତାଙ୍କର ଦେହାନ୍ତ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଭଳି।
    ତେବେ ଆପଣ ଜାଣନ୍ତି କି ଜାକିର ହୁସେନଙ୍କ ନାମ ଆଗରେ କିଏ ଉସ୍ତାଦ ଲଗାଇଥିଲେ। ଜାକିର୍ ମାତ୍ର ୩୭ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଏହି ପୁରସ୍କାର ମିଳିବା ପରେ ତାଙ୍କର ଲୋକପ୍ରିୟତା ଖୁବ ବଢ଼ିଥିଲା। ଭାରତ ସରକାର ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ। ସୂଚନାନୁସାରେ, ବିଶିଷ୍ଟ ସୀତାରବାଦକ ତଥା ସଙ୍ଗୀତଜ୍ଞ ପଣ୍ଡିତ ରବି ଶଙ୍କର ପ୍ରଥମେ ଜାକିର ହୁସେନ୍‌ଙ୍କୁ ‘ଉସ୍ତାଦ୍’ ବୋଲି କହିଥିଲେ। ତା’ପରେ ଉସ୍ତାଦ୍ ନାମ ତାଙ୍କ ସହ ସବୁଦିନ ପାଇଁ ଯୋଡି ହୋଇଯାଇଥିଲା।

    ଜାକିର ଯେ କେବଳ ଜଣେ ବିଖ୍ୟାତ ତବଲା ବାଦକ ବା ସଙ୍ଗୀତଜ୍ଞ ଥିଲେ ତାହା ନୁହେଁ ଜଣେ ନମ୍ର ଓ ଭଦ୍ର ବ୍ୟକ୍ତିଭାବେ ମଧ୍ୟ ପରିଚିତ ଥିଲେ। ଜାକିର ହୁସେନ୍ ଅଭିନୟରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ସେ ୧୯୮୩ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ହିଟ୍ ଆଣ୍ଡ୍ ଡଷ୍ଟ୍’ ସହିତ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଜଣେ ଘର ମାଲିକ ଭୂମିକାରେ ଅଭିନୟ କରିଥିଲେ | ଏହା ପରେ ଜାକିର ହୁସେନ୍ ଅଭିନେତ୍ରୀ ଶବାନା ଆଜମିଙ୍କ ସହ ଫିଲ୍ମ ‘ସାଜ୍’ରେ କାମ କରିଥିଲେ। ଏହି ଚଳଚ୍ଚିତ୍ର ୧୯୯୮ରେ ମୁକ୍ତିଲାଭ କରିଥିଲା ​​| ଏହା ପରେ ହୁସେନ୍ ଫିଲ୍ମ ‘ଦି ପରଫେକ୍ଟ ମର୍ଡର’ ରେ ନଜର ଆସିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    16 %
    2.6kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ