Sunday, May 25, 2025
33.5 C
Odisha

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ଆଗକୁ ପଢନ୍ତୁ

ହିଞ୍ଜିଳି : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ମାଣିକନଗର ଛକରେ ନିକଟରେ ଦୁର୍ଘଟଣା ହୋଇଛି । ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ଅଭିରାମ ପୃଷ୍ଟି । ପ୍ରତିଦିନ ପରି ଆଜି ଭୋରୁ ମଧ୍ୟ ଅଭିରାମ ନିଜ ଦୋକାନ ଖୋଲିବା ପାଇଁ ସାଇକେଲ୍ ଯୋଗେ ଘରୁ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ଏକ ପାର୍ଶ୍ୱକୁ ଆସୁଥିଲେ । ଆଉ ଏହି ସମୟରେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଆଉ ଘଟଣାସ୍ଥଳରେ ଅଭିରାମଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
33.5 ° C
33.5 °
33.5 °
56 %
0.9kmh
72 %
Sun
33 °
Mon
35 °
Tue
36 °
Wed
35 °
Thu
35 °

ସମ୍ବନ୍ଧିତ