Friday, October 2, 2026
25.2 C
Odisha

    ପୁରୁଷୋତ୍ତମପୁରରେ ଉଡ଼ିଲା ତ୍ରିରଙ୍ଗା, ଅପରେଶନ ସିନ୍ଦୂରରେ ଯବାନଙ୍କ ବିରତ୍ୱକୁ ନେଇ ପରାକ୍ରମ ଶୋଭାଯାତ୍ରା

    ଆଗକୁ ପଢନ୍ତୁ

    ଗଞ୍ଜାମ : ଜମ୍ମୁ କଶ୍ମୀରର ପହଲଗାମ୍‌ରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଆକ୍ରମଣର ଉଚିତ ଜବାବ ଦେଇ ‘ଅପରେଶନ ସିନ୍ଦୂର’ ଜରିଆରେ ପରାକ୍ରମ ଦେଖାଇଥିଲେ ଭାରତୀୟ ବୀର ଯବାନ। ସେମାନଙ୍କ ସାହସିକତାକୁ ନେଇ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ବିଡିଓ ଶରତ କୁମାର ପାତ୍ରଙ୍କ ସଂଯୋଜନାରେ ଆଜି ପରାକ୍ରମ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି। ଏଥିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ.ଦୀପକକୁମାର ମିଶ୍ର, ତହସିଲଦାର ବିନୋଦକୁମାର ବେହେରା, ଆଇଆଇସି ରାଜେଶକୁମାର ନାୟକ, ଏନ୍‌ଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା, ଏବିଡିଓ ନିରାକାର ଜେନା ଓ ଏନ୍‌ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ। ଦେଶବାସୀଙ୍କୁ ସୁରକ୍ଷା ଦେବା ସହ ପାକିସ୍ତାନର ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସକରି ବୀରତ୍ୱ ଏବଂ ସାହାସିକତାର ପରାକ୍ରମ ଦେଖାଇଥିବା ଯବାନଙ୍କ ଲାଗି ଆମେ ଗର୍ବିତ ଥିବା କହି ସମସ୍ତେ ସଲାମ କରିଥିଲେ। ଏହାସହ ଭାରତ ମାତାର ଜୟଗାନ କରିଥିଲେ। ଏଥିରେ ସମସ୍ତ ସରକାରୀ କର୍ମଚାରୀ, ଜନ ପ୍ରତିନିଧି, କଲେଜ ଛାତ୍ର, ଜନସାଧାରଣ ଯୋଗଦେଇ ବିରାଟ ମୋଟରସାଇକେଲ ଶୋଭାଯାତ୍ରାରେ ତ୍ରିରଙ୍ଗା ଉଡାଇ ଭାରତମାତାର ସ୍ଲୋଗାନ ଦେଇ ଆଛୁଲି ଛକଠାରୁ ବାହାରି ପୁରୁଷୋତ୍ତମପୁର ସହର ପରିକ୍ରମା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ