Wednesday, March 4, 2026
19.5 C
Odisha

    ଅଧୁରା ରହିଗଲା ଜଗା ଦର୍ଶନ: ଚାପିଦେଲା ହାଇୱା, ଚାଲିଗଲା ୨ ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଦ୍ରୁତଗାମୀ ହାଇୱା ସୋମବାର ବିଳମ୍ବିତ ରାତିରେ ୨ଜଣଙ୍କ ଜୀବନ ନେଇଛି। ବଡ଼ଗଡ଼ ଥାନା ଅଧୀନ ଶ୍ରୀଦେବୀ ଛକରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ମୃତକ ହେଲେ ପ୍ରୀତିରଞ୍ଜନ ଜେନା (୧୮) ଓ ଶୁଭମ ନାୟକ (୧୭ )। ପରିବାରର ଉଭୟ ଥିଲେ ଏକମାତ୍ର ସନ୍ତାନ।
    ରାତି ପ୍ରାୟ ସାଢ଼େ ଗୋଟାଏରେ ସେମାନେ ସ୍କୁଟରରେ ପୁରୀ ଅଭିମୁଖେ ଯାଉଥିଲେ। ପାଣିଟାଙ୍କି ବସ୍ତିରୁ ବାହାରି ଶ୍ରୀଦେବୀ ଛକରେ ଡାହାଣ ପାର୍ଶ୍ବକୁ ବୁଲିବା ବେଳେ ବଡ଼ଗଡ଼ ଟ୍ରାଫିକ୍‌ ଛକ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ୍‌ ପଠାଇବା ସହ ଧକ୍କା ଦେଇଥିବା ହାଇୱାକୁ ଜବତ କରିଛି। ଖବର ପାଇବା ପରେ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    32 %
    1.2kmh
    5 %
    Wed
    35 °
    Thu
    37 °
    Fri
    38 °
    Sat
    38 °
    Sun
    37 °

    ସମ୍ବନ୍ଧିତ