Thursday, December 26, 2024
24 C
Odisha

    ଆଦିବାସୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ଘେରିଲେ ବିରୋଧୀ

    ଆଗକୁ ପଢନ୍ତୁ

    ରାଜ୍ୟରେ ଆଦିବାସୀଙ୍କପ୍ରତି ଶୋଷଣ, ଅତ୍ୟାଚାର ବଢି ଚାଲିଛି, ହେଲେ ସରକାର ନିଦାବିଷ୍ଣୁ। ଆଦିବାସୀ ମହିଳା ଓ ଶିଶୁଙ୍କୁ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବାରେ ବିଫଳ ରାଜ୍ୟ ସରକାର। ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳରେ ଜଣେ ଆଦିବାସୀ ମହିଳା ଅଭାବରୁ ତାଙ୍କ ପିଲାକୁ ବିକ୍ରି କରିବା ଭଳି ଘଟଣା ପୂରା ରାଜ୍ୟ ପାଇଁ ଲଜ୍ଜା ଆଣିଥିବା ବେଳେ ବଙ୍ଗୋମୁଣ୍ଡାରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ବିଷ୍ଠା ଖୁଆଇବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଦିବାସୀଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ। ଗତ ନଭେମ୍ବର ୧୬ ତାରିଖରେ ଜଣେ ଆଦିବାସୀ ଯୁବତୀଙ୍କୁ ଅଭୟ ବାଗ ନାମକ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କୁ ବିଷ୍ଠା ଖୁଆଇଥିଲେ। ଏଭଳି ଅମାନବୀୟ ଘଟଣାର ୭ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ପୋଲିସ। ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି। ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ତଥାପି ସରକାର ଚୁପ, ଡବଲ ଇଞ୍ଜିନ ସରକାରରେ ଆଦିବାସୀ ସୁରକ୍ଷିତ ନୁହନ୍ତି ବୋଲି କହି ବର୍ଷିଛି ବିଜେଡି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    79 %
    1.3kmh
    80 %
    Thu
    22 °
    Fri
    28 °
    Sat
    29 °
    Sun
    29 °
    Mon
    28 °

    ସମ୍ବନ୍ଧିତ