Friday, October 2, 2026
22.2 C
Odisha

    ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଉଛି ଲୋକଙ୍କ ସରକାର: ମୋହନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି, ରାଜ୍ଯରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ ଲୋକଙ୍କ ସରକାର କାର୍ଯ୍ୟ କରୁଛନ୍ତି। ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବା ହେଉ ବା ରାଜ୍ଯରେ ଜାତୀୟ ଶିକ୍ଷା ନୀତି-୨୦୨୦, ପିଏମ-ଶ୍ରୀ ଲାଗୁ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବା ହେଉ, ଆମ ସରକାର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତକୁ ଗୁରୁତ୍ଵ ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବ ସରକାର ଚକ୍ରାନ୍ତ କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ, ମାତ୍ର ଆମ ସରକାର ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନ କରିବ ଏବଂ ଏହା କେବେବି ବନ୍ଦ ହେବନାହିଁ, ଏହା ଆମର ପ୍ରତିଶ୍ରୁତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ସମୃଦ୍ଧ କରିବା ଏବଂ ‘ବିକଶିତ ଓଡ଼ିଶା’ ନିର୍ମାଣ ପାଇଁ ଲୋକଙ୍କ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ଆପଣ ସମସ୍ତଙ୍କ ସହଯୋଗ ଏବଂ ଯୋଗଦାନର ଆବଶ୍ୟକତା ରହିଛି। ଏହାର ସଫଳ ରୂପାୟନର ଦାୟିତ୍ଵ କେବଳ ସରକାରର ନୁହେଁ ଏହାର ଦାୟିତ୍ଵ ଅଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସମସ୍ତ ଯୁବ ନେତୃତ୍ଵଙ୍କ ପାଖରେ, ଯେଉଁମାନେ କି ଆଗାମୀ ଦିନରେ ଓଡ଼ିଶାର ଦାୟିତ୍ଵ ନେବେ। ଏଥିପାଇଁ ସମସ୍ତେ ସକ୍ରିୟ ଭାବେ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଉଛି।
    ରାଷ୍ଟ୍ରସେବାକୁ ଗୁରୁତ୍ଵ ଦେଇ ଜ୍ଞାନ, ଚରିତ୍ର ଏବଂ ଏକତାର ମନ୍ତ୍ରରେ ଦେଶର ଶିକ୍ଷା ଏବଂ ସାମାଜିକ ଚେତନାର ବିକାଶ କରିବାରେ ବିଦ୍ୟାର୍ଥୀ ପରିଷଦର ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏକ ସୁଦୃଢ ସମାଜ ସହ ଦେଶ ତଥା ରାଜ୍ଯର ଉଜ୍ଜଳ ଭବିଷ୍ୟତ ପାଇଁ ବିଦ୍ୟାର୍ଥୀ ପରିଷଦ ଏକ ସଫଳ ଛାତ୍ର ସଙ୍ଗଠନ ଭାବେ କାର୍ଯ୍ୟ କରୁଛି। ଏଠାରେ ଉପସ୍ଥିତ ଯୁବ ନେତୃତ୍ଵ ହିଁ ରାଷ୍ଟ୍ରହିତକୁ ଗୁରୁତ୍ଵ ଦେଇ ଆମ ଐତିହ୍ୟ, ଓଡ଼ିଆ ଅସ୍ମିତା ଏବଂ ବୀରତ୍ଵର ଗାଥାକୁ ଆହୁରି ଗରିମାମୟ କରିବାରେ ସହାୟକ ହେବେ ବୋଲି ମୋର ଦୃଢ ବିଶ୍ବାସ ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ