Saturday, January 25, 2025
23.7 C
Odisha

    ଆମ୍ବୁଲାନ୍ସ ଉପରେ ପଡ଼ିଲା ନଡ଼ିଆ ଗଛ

    ଆଗକୁ ପଢନ୍ତୁ

    ଆମ୍ବୁଲାନ୍ସ ଉପରେ ପଡିଲା ନଡିଆଗଛ, ଅଳ୍ପକେ ବର୍ତିଲେ ରୋଗୀ ଓ ଡ୍ରାଇଭର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଛଘରିଆ ଛକରେ । କେନ୍ଦ୍ରାପଡ଼ା ସହରର ଏକ ଘରୋଇ ଆଖି ଡାକ୍ତରଖାନାର ଆମ୍ବୁଲାନ୍ସରେ ଜଣେ ରୋଗୀ ଓ ତାଙ୍କର ସମ୍ପର୍କିୟଙ୍କୁ ନେଇ ଛଘରିଆ – କଳପଡା ରାସ୍ତାର ଛଘରିଆ ଛକରେ ଯାଉଥିବା ସମୟରେ ରାସ୍ତା କଡରେ ଥିବା ଏକ ନଡିଆ ଗଛ ହଠାତ ଆମ୍ବୁଲାନ୍ସ ଉପରେ ପଡିଯାଇଥିଲା । ଆମ୍ବୁଲାନ୍ସ ଭିତରେ ଥିବା ରୋଗୀ ମାର୍ଶାଘାଇ ଆଖୁଆ ଓଢଙ୍ଗ ଅଞ୍ଚଳର ତପସ୍ଵିନୀ ରାଉତ ଓ ତାଙ୍କର ବାପା କୁଳମଣି ରାଉତଙ୍କ ସହିତ ଆମ୍ବୁଲାନ୍ସ ଚାଳକ ଶ୍ରୀକାନ୍ତ ଦାଶ ଗାଡିରେ ଥିଲେ । ହଟାତ ଆମ୍ବୁଲାନ୍ସ ଉପରେ ଗଛ ଭାଙ୍ଗି ପଡିବାରୁ ଡ୍ରାଇଭର ଗାଡିରୁ ବାହାରି ଆସିଥିଲେ। ଅଗ୍ନିଶମ ବିଭାଗକୁ ଜଣାଇବାପରେ ଘଟଣା ସ୍ଥଳରେ ବିଭାଗର କର୍ମଚାରୀ ମାନେ ପହଁଚି କଟର ସାହାର୍ଯ୍ୟରେ ଗଛକୁ କାଟି ଆମ୍ବୁଲାନ୍ସକୁ ବାହାରକରିଥିଲେ । ନଡିଆ ଗଛ ଆମ୍ବୁଲାନ୍ସ ଉପରେ ପଡିବାଯୋଗୁ ରାସ୍ତାରେ କିଛିସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.7 ° C
    23.7 °
    23.7 °
    28 %
    1.1kmh
    0 %
    Sat
    31 °
    Sun
    31 °
    Mon
    32 °
    Tue
    33 °
    Wed
    33 °

    ସମ୍ବନ୍ଧିତ