Monday, October 12, 2026
24.4 C
Odisha

    ରାଜ୍ୟର ଶ୍ରେଷ୍ଠ ପଞ୍ଚାୟତ ଭାବେ ପୋଚିଲିମା ସମ୍ମାନିତ, ମହିଳା ନେତୃତ୍ୱକୁ ପ୍ରଶଂସା କଲେ ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟର ଶ୍ରେଷ୍ଠ ପଞ୍ଚାୟତ ଭାବେ ପୋଚିଲିମା ସମ୍ମାନିତ । ମହିଳା ନେତୃତ୍ୱକୁ ପ୍ରଶଂସା କଲେ ନବୀନ ପଟ୍ଟନାୟକ। ତୃଣମୂଳ ସ୍ତରରେ ମହିଳା ସଶକ୍ତିକରଣ ଓ ସୁଶାସନର ଏକ ନୂଆ ସଫଳତା ଦେଖିବାକୁ ମିଳିଛି। ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପୋଚିଲିମା ଗ୍ରାମ ପଞ୍ଚାୟତ ରାଜ୍ୟର ସର୍ବଶ୍ରେଷ୍ଠ ପଞ୍ଚାୟତ ଭାବେ ଗୌରବ ହାସଲ କରିଛି । ଏହି ସଫଳତା ପାଇଁ ଆଜି ନବୀନ ନିବାସଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳିର ମହିଳା ଜନପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

    ପୋଚିଲିମା ସରପଞ୍ଚ ରଞ୍ଜିତା କୁମାରୀ ଦାସ, ସମିତି ସଭ୍ୟା ସବ୍ୟ ଆରତୀ ନାୟକ ଓ ଲିଲି ପଣ୍ଡା ଏବଂ ବେଲଗାଁ ସରପଞ୍ଚ ଲକ୍ଷ୍ମୀ ସାହୁଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି। ଏହି ନେତୃତ୍ୱକୁ ପ୍ରଶଂସା କରି ମହିଳାମାନେ ଯେତେବେଳେ ଶାସନର ମଙ୍ଗ ଧରନ୍ତି, ସେତେବେଳେ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ସୁନିଶ୍ଚିତ ହୁଏ ବୋଲି କହିଛନ୍ତି ନବୀନ। ଏହି ସମ୍ମାନ କେବଳ ଏକ ସ୍ୱୀକୃତି ନୁହେଁ, ବରଂ ହିଞ୍ଜିଳିର ବିକାଶ ମଡେଲକୁ ପୁଣିଥରେ ପ୍ରମାଣିତ କରିଛି। ସ୍ୱଚ୍ଛତା, ଜନଭାଗିଦାରୀ ଏବଂ ଉତ୍ତରଦାୟିତ୍ୱ ମାଧ୍ୟମରେ ପୋଚିଲିମା ପଞ୍ଚାୟତ ଆଜି ସାରା ରାଜ୍ୟ ପାଇଁ ଉଦାହରଣ ସାଜିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    78 %
    0.5kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ