Saturday, July 27, 2024
24.6 C
Odisha

    ଆମ୍ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲାହ ଖାନ ଗିରଫ

    ଆଗକୁ ପଢନ୍ତୁ

    ଆମ୍ ଆଦମୀ ପାର୍ଟି (ଆପ)କୁ ଲାଗିଛି ପୁଣି ଏକ ବଡ଼ ଝଟକା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲିଙ୍କ ସମେତ ଆପର ଏକାଧିକ ନେତା ଏବେ ଜେଲରେ ରହିଥିବା ବେଳେ ଏବେ ପୁଣି ଆଉ ଜଣେ ନେତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆପ୍ ବିଧାୟକ ଅମାନତୁଲ୍ଲାହ ଖାନ ଗିରଫ ହୋଇଛନ୍ତି । ଦିଲ୍ଲୀ ୱାକଫ ବୋର୍ଡ ଘୋଟାଲାରେ ଇଡି ଏହି ଆକ୍ସନ ନେଇଛି ।
    ଅମାନତୁଲ୍ଲାହଙ୍କ ବିରୋଧରେ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଭାବେ ୩୨ ଜଣଙ୍କୁ ଅବୈଧ ନିଯୁକ୍ତି ଦେବା ନେଇ ଅଭିଯୋଗ ରହିଥିଲା । ଏଥିସହିତ ବୋର୍ଡର ସମ୍ପତ୍ତିକୁ ଭଡ଼ାରେ ଦେବା ଓ ଧନର ଦୁରୂପଯୋଗ କରିବା ନେଇ ବିଧାୟକଙ୍କ ନାମରେ ମଧ୍ୟ ଅଭିଯୋଗ ଆସିଥିଲା । ବିଧାୟକଙ୍କୁ ଗିରଫ କରିବା ପୂର୍ବରୁ ଇଡି ଟିମ ପକ୍ଷରୁ ତାଙ୍କୁ ପାଖାପାଖି ସାଢ଼େ ୯ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ବିଧାୟକଙ୍କୁ ଗିରଫ କରାଯିବା ପରେ ଆପ ନେତା ସଞ୍ଜୟ ସିଂହ ଓ ମନ୍ତ୍ରୀ ଆତିଶୀ ଅମାନତୁଲ୍ଲାହଙ୍କ ଘରେ ପହଞ୍ଚିଥିଲେ । ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ବିଧାୟକ ଇଡିରେ ହାଜର ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ