Wednesday, March 18, 2026
22.7 C
Odisha

    ଇସ୍ରାଏଲ୍‌ ଆକ୍ରମଣରେ ଗଲାଣି ୧୭୬ ସାମ୍ବାଦିକଙ୍କ ଜୀବନ : ରିପୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଇସ୍ରାଏଲ୍‌ର ବୋମାମାଡ଼ ଯୋଗୁ ୫ ଜଣ ଖବରଦାତାଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଗତବର୍ଷ ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଇତିମଧ୍ୟରେ ଇସ୍ରାଏଲ୍‌ ଆକ୍ରମଣରେ ୧୭୬ ଜଣ ସାମ୍ବାଦିକଙ୍କ ଜୀବନ ଗଲାଣି। ରବିବାର ଆକ୍ରମଣରେ ନିହତ ସାମ୍ବାଦିକମାନେ ହେଲେ ସଏଦ ରାଡ୍ବାନ, ହମ୍‌ଜା ଅବୁ ସାଲମିୟା, ହନିନ୍‌ ବାରୁଦ, ଅବଦୁଲ ରହମାନ ଏବଂ ନଦିଆ ଅଲ୍‌-ସୟେଦ। ସାମ୍ବାଦିକମାନଙ୍କ ଉପରେ ଇସ୍ରାଏଲ୍‌ର ଅଭୂତପୂର୍ବ ଅପରାଧ ସତ୍ତ୍ୱେ ତାହା ସେମାନଙ୍କୁ ଇସ୍ରାଏଲ୍‌ ସରକାରଙ୍କୁ ସମାଲୋଚନାରୁ ଅଟକାଇପାରି ନାହିଁ। ଏଭଳି ଅଭୂତପୂର୍ବ ଅପରାଧକୁ ଆମେ ଦୃଢ଼ ନିନ୍ଦା କରୁଛୁ ବୋଲି ପାଲେଷ୍ଟିନୀୟ ଖବରଦାତାମାନେ କହିଛନ୍ତି। କିଛିଦିନ ପୂର୍ବରୁ ଲେବାନନ୍‌ରେ ଏକ ଗେଷ୍ଟହାଉସ୍‌ରେ ଶୋଇଥିବା ୩ ସାମ୍ବାଦିକଙ୍କୁ ଇସ୍ରାଏଲୀ ସେନା ହତ୍ୟା କରିଥିଲା।
    ଗାଜା ମେଡିକାଲ ସୂତ୍ର ଅନୁଯାୟୀ, ଯୁଦ୍ଧ ଆରମ୍ଭରୁ ଇତିମଧ୍ୟରେ ୧୭୬ ଖବରଦାତା ନିହତ ହେଲେଣି। ଆକ୍ରମଣରେ ୪୨ ହଜାରରୁ ଊର୍ଦ୍ଧ୍ୱ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିବା ସହ ୯୭,୭୨୦ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଛୋଟ ପିଲା। ଇସ୍ରାଏଲ୍‌ ବୋମାମାଡ଼ରେ ଗାଜାର ଅନେକ ବିଲ୍ଡିଂ ମାଟିରେ ମିଶିଥିବାବେଳେ ଭଗ୍ନାବଶେଷ ତଳେ ଅନେକ ହଜାର ଲୋକ ରହିଯାଇଥିବା କୁହାଯାଉଛି। କମିଟି ଫର୍‌ ଦି ପ୍ରୋଟେକ୍ସନ ଅଫ୍‌ ଜର୍ନାଲିଷ୍ଟସ୍‌ ଅନୁଯାୟୀ ଗାଜା ଯୁଦ୍ଧରେ ୧୩୧ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    51 %
    0.8kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ