Wednesday, October 7, 2026
22.5 C
Odisha

    ୧୫ ହଜାର LPG ସିଲିଣ୍ଡର ଜବତ

    ଆଗକୁ ପଢନ୍ତୁ

    ପଶ୍ଚିମ ଏସିଆ ଯୁଦ୍ଧ ପାଇଁ ଦେଶରେ ଏଲପିଜି ସଂକଟ ଏବେ ବି ଚିନ୍ତାଜନକ ରହିଛି। ଏହା ସତ୍ତ୍ବେ ଯୋଗାଣ ନେଇ କେହି ଭୟଭୀତ‌ ନହୋଇ ବିଚାରବନ୍ତ ଭାବେ ଏଲ୍‌ପିଜି ବ୍ୟବହାର ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ବିଗତ କିଛିଦିନ ମଧ୍ୟରେ ଦେଶରେ ୧୨ ହଜାର ଚଢ଼ଉ କରାଯାଇ ୧୫ ହଜାର ଏଲ୍‌ପିଜି ଜବତ କରାଯାଇଛି। ଗତକାଲି ଦିଲ୍ଲୀରେ ୬୦୦ ସିଲିଣ୍ଡର ଜବତ କରାଯାଇଛି। ଏଲପିଜି ବୁକିଂ  ସଂଖ୍ୟା ଗତ ୧୩ ତାରିଖରେ ୮୮.୮ ଲକ୍ଷକୁ ବଢ଼ି ଯାଇଥିଲା। ଲୋକମାନେ ଗ୍ୟାସ୍‌ ନମିଳିବା ଭୟରେ ଅଧିକରୁ ଅଧିକ ସଂଖ୍ୟାରେ ଏଲ୍‌ପିଜି ବୁକିଂ କରୁଥିଲେ। ଏହି ସଂଖ୍ୟା ଗତକାଲି ୭୭ ଲକ୍ଷକୁ ହ୍ରାସ ପାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏଲ୍‌ପିଜି ସ୍ଥିତି ଚିନ୍ତାଜନକ ଥିବା ବିଷୟକୁ ଦୋହରାଇବା ସହ ଆଜି ଏହି ତଥ୍ୟ ରଖିଛନ୍ତି। କିନ୍ତୁ କୌଣସି ବିତରକଙ୍କ ନିକଟରେ ଏଲ୍‌ପିଜି ସଂପୂର୍ଣ୍ଣ ଶେଷ ହୋଇଯାଇ ନାହିଁ। ସେହିଭଳି ଏଲ୍‌ପିଜି ଯୋଗାଣ ଏବଂ ସିଲିଣ୍ଡର ଡେଲିଭରି ସ୍ବାଭାବିକଭାବେ ଚାଲିଛି ବୋଲି ଶ୍ରୀମତୀ ଶର୍ମା କହିଛନ୍ତି। ଦେଶରେ ଅନଲାଇନ୍‌ ଗ୍ୟାସ୍‌ ବୁକିଂ ବଢ଼ିଛି। ଆଜି ସୁଦ୍ଧା ୯୪ ପ୍ରତିଶତ ସିଲିଣ୍ଡର ଅନଲାଇନ୍‌ରେ ବୁକିଂ ହେଉଛି। ସେହିଭଳି ଓଟିପି ମାଧ୍ୟମରେ ଡେଲିଭରି ମଧ୍ୟ ବଢ଼ି ୭୬ ପ୍ରତିଶତରେ ପହଞ୍ଚିଛି। ବାଣିଜ୍ୟିକ ଏଲ୍‌ପିଜି ଆଂଶିକ ମାତ୍ରାରେ ଯୋଗାଇ ଦିଆଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ