Thursday, October 8, 2026
24.4 C
Odisha

    ଓସ୍କାର ୨୦୨୬ରେ ଈଶା ଅମ୍ବାନୀଙ୍କ ଗ୍ରାଣ୍ଡ ଡେବ୍ୟୁ, ଭିଣ୍ଟେଜ୍ ଗାଉନ୍ ପିନ୍ଧି ସମସ୍ତଙ୍କୁ କଲେ ଆକର୍ଷିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଭାରତୀୟ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ । ମାର୍ଚ୍ଚ ୧୫ ତାରିଖରେ ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ୯୮ତମ ଏକାଡେମୀ ପୁରସ୍କାର ଓସ୍କାର ୨୦୨୬ର ରେଡ୍ କାର୍ପେଟରେ ଏକ ଚମତ୍କାର ଉପସ୍ଥିତି ଦେଖାଇଛନ୍ତି। ତାଙ୍କ ସ୍ୱାମୀ ଆନନ୍ଦ ପିରାମଲଙ୍କ ସହିତ ଏହି ଭବ୍ୟ ସମାରୋହରେ ଯୋଗ ଦେବା ଅମ୍ବାନୀଙ୍କ ପାଇଁ ପ୍ରଥମ ଓସ୍କାର ଅଭିଜ୍ଞତା ଥିଲା । ହେଲେ ସେ ନ୍ୟୁୟର୍କରେ ମେଟ୍ ଗାଲା ଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟତଃ ନଜର ଆସନ୍ତି, କିନ୍ତୁ ଓସ୍କାର ମଞ୍ଚରେ ତାଙ୍କର ପ୍ରଥମ ଉପସ୍ଥିତି ଅନ୍ତର୍ଜାତୀୟ ଗଣମାଧ୍ୟମ ଏବଂ ଫ୍ୟାଶନ୍ ଜଗତରେ ଆଲୋଚନାର ବିଷୟ ପାଲଟିଛି ।

    ଏହି ବିଶେଷ ଅବସର ପାଇଁ, ଈଶା ଅମ୍ବାନୀ ଫ୍ୟାଶନ୍ ଏବଂ ପରମ୍ପରାର ଏକ ଅନନ୍ୟ ମିଶ୍ରଣ ବାଛିଥିଲେ । ସେ ଭାଲେଣ୍ଟିନୋଙ୍କ ହାଉଟ୍ କାଉଚର ଫଲ୍/ୱିଣ୍ଟର ୨୦୦୬-୨୦୦୭ ସଂଗ୍ରହରୁ ଏକ ଭିଣ୍ଟେଜ୍ ଗାଉନ୍ ପିନ୍ଧିଥିଲେ । ଷ୍ଟ୍ରାପ୍ଲେସ୍ ବ୍ଲାକ୍ ଏବଂ କ୍ରିମ୍ ଗାଉନ୍ ଫୁଲରେ କାମ ହୋଇଥିବାରୁ ବହୁତ ସୁନ୍ଦର ଦେଖାଯାଉଥିଲେ। ତାଙ୍କ ଲୁକକୁ ଆହୁରି ଉନ୍ନତ କରିବା ପାଇଁ, ସେ ଲୋରେନ୍ ସ୍କ୍ୱାର୍ଟଜ୍ ଦ୍ୱାରା ଡିଜାଇନ୍ କରାଯାଇଥିବା ଏକ ହୀରା ଚୋକର ଏବଂ ମ୍ୟାଚ୍ କରୁଥିବା କାନଫୁଲ ମଧ୍ୟ ପିନ୍ଧିଥିଲେ । ରେଡ୍ କାର୍ପେଟରେ ଚାଲିବା ପୂର୍ବରୁ, ସେ ଏକାଡେମୀ ମ୍ୟୁଜିୟମ୍ ଅଫ୍ ମୋସନ୍ ପିକ୍ଚର୍ସ ମଧ୍ୟ ପରିଦର୍ଶନ କରିଥିଲେ ।

    ଏଥିସହ ଜାଣିରଖନ୍ତୁ ଯେ, ଫ୍ୟାନ୍ସମାନେ ମଧ୍ୟ ଈଶା ଅମ୍ବାନୀଙ୍କୁ ବହୁତ୍ ପ୍ରଶଂସା କରୁଥିଲେ । ସେ ଷ୍ଟାଇଲିସ୍ ଗାଉନ୍ ପିନ୍ଧି ବହୁତ୍ ସୁନ୍ଦର ଦେଖାଯାଉଥିଲେ। ଜଣେ ବ୍ୟକ୍ତି ପ୍ରଶଂସାରେ ଲେଖିଛନ୍ତି, ‘ଈଶା ଜଣେ ହିରୋଇନଙ୍କ ଠାରୁ ବି କମ୍ ଦେଖାଯାଉନାହାଁନ୍ତି, ସେ ବହୁତ୍ ସୁନ୍ଦର’ । ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି, ‘ସେ ଏହି ଲୁକ୍ ସହିତ ସମଗ୍ର ହଲିଉଡ୍ ଇଣ୍ଡଷ୍ଟ୍ରିକୁ ପଛରେ ପକାଇ ଦେଇଛନ୍ତି’ । ଆଉ ଜଣେ ଲେଖିଛନ୍ତି, ‘ଈଶା ଅମ୍ବାନୀ ତାଙ୍କ ଷ୍ଟାଇଲ୍ ସହିତ ହଲିଉଡ୍ ସୁନ୍ଦରୀଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ଭଳି ପ୍ରଶଂସା କରି କେମେଣ୍ଟ ସେକ୍ସନକୁ ଭରି ଦେଇଛନ୍ତି ଫ୍ୟାନ୍ସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ