Monday, December 8, 2025
13.6 C
Odisha

    ଉଦ୍ଧବଙ୍କୁ ଆଉ ଏକ ଝଟକା ଦେବାକୁ ସିନ୍ଦେଙ୍କ ଦଳର ଯୋଜନା

    ଆଗକୁ ପଢନ୍ତୁ

    ମୁମ୍ବାଇ: ବାଲାସାହେବ ଠାକରେଙ୍କ ସ୍ମୃତିକୁ ସଂରକ୍ଷଣ କରିବା ପାଇଁ ଗଠିତ ନ୍ୟାସନାଲ ମେମୋରିଆଲ ଟ୍ରଷ୍ଟର ଚେୟାରମ୍ୟାନ୍ ପଦରୁ ଉଦ୍ଧବ ଠାକରେଙ୍କୁ ହଟାଇବାକୁ ଶିବସେନା ସିନ୍ଦେ ଦଳ ଦାବି କରିଛି। ଏ ସମ୍ପର୍କରେ ସୂଚନା ଦେଇ ଶିବସେନା (ସିନ୍ଦେ) ନେତା ରାମଦାସ କଦମ କହିଛନ୍ତି ଯେ, ସୋମବାର ଅନୁଷ୍ଠିତ ଦଳର ପ୍ରମୁଖ ଅଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

    କଦମ କହିଛନ୍ତି, ଦଳ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ନିକଟକୁ ପଠାଇବ। ସେ କହିଛନ୍ତି, ବାଲାସାହେବ ଠାକରେ ନ୍ୟାସନାଲ ମେମୋରିଆଲ ଟ୍ରଷ୍ଟ ହେଉଛି ସରକାରଙ୍କ ଟ୍ରଷ୍ଟ। ସରକାରୀ ଖର୍ଚ୍ଚରେ ଏହି ସ୍ମାରକୀ ନିର୍ମାଣ କରାଯାଉଛି। ରାମଦାସ କଦମ କହିଛନ୍ତି, ଏଭଳି ପରିସ୍ଥିତିରେ ସରକାରଙ୍କ ମୁଖ୍ୟ ଭାବରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କର ଉଦ୍ଧବ ଠାକରେଙ୍କୁ ସ୍ମାରକର ଅଧ୍ୟକ୍ଷ ପଦରୁ ହଟାଇବାର ଅଧିକାର ରହିଛି।

    ସୂଚନାଯୋଗ୍ୟ, ନିକଟରେ ଉଦ୍ଧବ ଠାକରେ ସ୍ମାରକର ସଭାପତି ଭାବରେ ସ୍ମାରକୀ ପରିଦର୍ଶନ କରିଥିଲେ। ସମ୍ପ୍ରତି ସମାପ୍ତ ହୋଇଥିବା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ବିଷୟରେ ଜାଣିବା ପରେ ସେ ନିଜେ ସ୍ମାରକୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ। ରାମଦାସ କଦମ ଅଭିଯୋଗ କରିଛନ୍ତି ଯେ, ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କ ଆଦର୍ଶକୁ କ୍ଷୁର୍ଣ୍ଣ କରିବା ଭଳି ଉଦ୍ଧବ ଠାକରେ କାର୍ଯ୍ୟ କରିଛନ୍ତି।  କ୍ଷମତା ପାଇଁ କଂଗ୍ରେସ ସହ ଏକ ମେଣ୍ଟ ଗଠନ କରିଥିବା ଉଦ୍ଧବ ଠାକରେଙ୍କର ସ୍ମାରକୀର ସଭାପତି ହେବାର କୌଣସି ଅଧିକାର ନାହିଁ।

    କୁହାଯାଉଛି ଯେ, ସୋମବାର ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ଉପସ୍ଥିତିରେ ପ୍ରମୁଖ ଅଧିକାରୀଙ୍କ ବୈଠକରେ ସାଂଗଠନିକ ପ୍ରସଙ୍ଗ ଏବଂ ଆଗାମୀ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଯେଉଁଥିରେ ବାଲାସାହେବ ସାହେବ ଠାକରେଙ୍କ ଜନ୍ମ ବାର୍ଷିକୀରେ ୨୩ଜାନୁଆରିରେ ବି.କେ.ସିରେ  ପାର୍ଟି ସମ୍ମିଳନୀ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

    ଏହି ସମ୍ମିଳନୀରେ ସମସ୍ତ ଶିବସେନା ବିଧାୟକ ଏବଂ ସାଂସଦମାନଙ୍କୁ ଏକ ବଡ଼ ସମ୍ମାନ ପ୍ରଦାନ କରାଯିବ। ରାମଦାସ କଦମ କହିଛନ୍ତି ଯେ, ଆମର ଏକ ଶିବସେନା-ବିଜେପି ମିଳିତ ମେଣ୍ଟ  ଅଛି। ଆମର ମିଳିତ ମେଣ୍ଟରେ କୌଣସି ମତଭେଦ ନାହିଁ। ଯଦି କେହି ଆମର ମିଳିତ ମେଣ୍ଟରେ ଫାଟ ସୃଷ୍ଟି କରିବା ପାଇଁ ପ୍ରବେଶ କରିବାକୁ ଚେଷ୍ଟା କଲେ ମଧ୍ୟ ଆମର ମେଣ୍ଟ  ଅକ୍ଷୁର୍ଣ୍ଣ ରହିବ । ବିଏମସି ନିର୍ବାଚନ ସମ୍ପର୍କରେ  ନିଷ୍ପତ୍ତି ଏକନାଥ ସିନ୍ଦେ ନେବେ।କମିଟିର ସୁପାରିଶ କ୍ରମେ ନିଯୁକ୍ତି ଉପରେ ଏକନାଥ ସିନ୍ଦେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତୃତୀୟ ନିଷ୍ପତ୍ତି ଅନ୍ତର୍ଗତ୨୪ ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଦଳର ସଦସ୍ୟତା ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସର୍ବ ବୃହତ ସଦସ୍ୟତା ଅଭିଯାନ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    13.6 ° C
    13.6 °
    13.6 °
    39 %
    1.2kmh
    91 %
    Mon
    26 °
    Tue
    26 °
    Wed
    26 °
    Thu
    26 °
    Fri
    26 °

    ସମ୍ବନ୍ଧିତ