Wednesday, October 14, 2026
26.2 C
Odisha

    ଜମ୍ମୁ ଓ କଶ୍ମୀରରେ ବିସ୍ଫୋରଣ, ୬ ସେନା ଯବାନ ଆହତ

    ଆଗକୁ ପଢନ୍ତୁ

    କଶ୍ମୀର: ଜମ୍ମୁ-କଶ୍ମୀରର ନୌଶେରା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଭବାନୀ ସେକ୍ଟରର ମାକ୍ରି ଅଞ୍ଚଳରେ ବିସ୍ଫୋରଣ ଘଟି ୬ ଜଣ ସେନା ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାଜୌରୀସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ସେନାର ସୂଚନା ଅନୁସାରେ ରାଜୌରୀ ଜିଲ୍ଲା ଅନ୍ତର୍ଗତ ନୌସେରା ଫରଓ୍ବାର୍ଡ ଅଂଚଳରେ ହୋଇଥିବା ଏକ ଲାଣ୍ଡମାଇନ ବିସ୍ଫୋରଣ ହେବା ଯୋଗୁଁ ୬ ଜଣ ଯବାନ ଆହତ ହୋଇଛନ୍ତି । ୧୦ଟା ୪୫ ମିନିଟ ସମୟରେ ଜଣେ ସୈନିକ ଅସାବଧାନତାବଶତଃ ଲାଣ୍ଡଲାଇନ ଉପରେ ପାଦ ରଖିଦେବାରୁ ବିସ୍ଫୋରଣ ହୋଇଥିଲା । ଏହା ଫଳରେ ଉକ୍ତ ସୈନିକଙ୍କ ସମେତ ଆଉ ୫ ଜଣ ଆହତ ହୋଇଥିଲେ । ସେମାନଙ୍କୁ ରାଜୌରୀସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସେମାନଙ୍କ ଅବସ୍ଥା ସ୍ଥିର ରହିଛି ।

    ଏହା ପୂର୍ବରୁ ୨୦୨୪ ଡିସେମ୍ବର ୯ତାରିଖରେ ଜମ୍ମୁର ପୁଞ୍ଚରେ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଜଣେ ଯବାନ ସହିଦ ହୋଇଥିଲେ। ପୁଞ୍ଚର ଥାନେଦର ଟେକ୍ରିରେ ପାଟ୍ରୋଲିଂ କରୁଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ୨୫ ରାଷ୍ଟ୍ରୀୟ ରାଇଫଲ୍ସର ହାବିଲଦାର ଭି ସୁବ୍ବିୟା ଭାରିକୁଣ୍ଟାଙ୍କ ମୃତ୍ୟୁ ଘଟିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ