ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି । ଏହାସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି । ଦୁଇ ରାଜ୍ୟରେ ନିର୍ବାଚନ ରେଜଲ୍ଟ ନଭେମ୍ୱର ୨୩ରେ ଘୋଷଣା ହେବ। ଏହାରି ମଧ୍ୟରେ ଆଜି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ସାମ୍ନାକୁ ଆସିବାରେ ଲାଗିଛି । ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ସେହିପରି ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି। ସାମ୍ନାକୁ ଆସିଥିବା ଏକଜିଟ୍ ପୋଲରେ ଝାଡ଼ଖଣ୍ଡରେ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଛି। ତେବେ ମହାରାଷ୍ଟ୍ରରେ ବୁଥ୍ ବାହୁଡ଼ା ମତରେ କ୍ଷମତାରେ ଥିବା ବିଜେପି ମେଣ୍ଟ ପାଇଁ ଖୁସି ଖବର ଆସୁଛି ମହାରାଷ୍ଟ୍ରରେ ମହାୟୁତି ସରକାର ଫେରୁଥିବା ଏକଜିଟ୍ ପୋଲରୁ ଜଣାପଡୁଛି । ପିପୁଲ୍ସ ପଲ୍ସର ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୪୪-୫୩ ଆସନ ମିଳିପାରେ । ସେହିପରି ଇଣ୍ଡି ମେଣ୍ଟକୁ ୨୫-୩୭ ଆସନ ଏବଂ ଅନ୍ୟଙ୍କୁ ୫ରୁ ୯ ଆସନ ଯାଇପାରେ । -ମାଟ୍ରିଜ୍ ଏକଜିଟ୍ ପୋଲ ଅନୁସାରେ ଏନଡିଏକୁ ୪୨-୪୭ ଆସନ, ଇଣ୍ଡି ମେଣ୍ଟକୁ ୨୫-୩୦ ଏବଂ ଅନ୍ୟଙ୍କୁ ୧-୪ ଆସନ ଯାଇପାରେ ।
ମହାରାଷ୍ଟ୍ର
ମାଟ୍ରିଜ୍ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୪୮ ପ୍ରତିଶତ ଏବଂ ଏମଭିଏକୁ ୪୨ ପ୍ରତିଶତ ଭୋଟ୍ ମିଳିପାରେ । ଭୋଟିଂ ସେୟାରକୁ ସଂଖ୍ୟାରେ ବଦଳାଇଲେ, ବିଜେପି ମେଣ୍ଟ ୧୫୦-୧୭୦ ଆସନ ଜିତି ସରକାର ଗଢିବାକୁ ଯାଉଛି । ଅନ୍ୟପଟେ କଂଗ୍ରେସ ମେଣ୍ଟକୁ କେବଳ ୧୧୦-୧୩୦ ମିଳିପାରେ । ୮-୧୦ରୁ ଆସନ ଅନ୍ୟଙ୍କୁ ଯାଇପାରେ ।
– ପିପୁଲ୍ସ ପଲ୍ସର ଏକଜିଟ୍ ପୋଲରେ ବିଜେପି ମେଣ୍ଟକୁ ୧୮୨, କଂଗ୍ରେସ ମେଣ୍ଟକୁ ୯୭ ଏବଂ ଅନ୍ୟଙ୍କୁ ୯ ଆସନ ମିଳିପାରେ ।
– P-Marq ଏକଜିଟ୍ ପୋଲରେ ମହାୟୁତିକୁ ୧୩୭-୧୫୭ ଆସନ, ଏମଭିଏକୁ ୧୧୦-୧୩୦ ଆସନ ଏବଂ ଅନ୍ୟଙ୍କୁ ୨-୮ ଆସନ ମିଳିପାରେ ।
– ନ୍ୟୁଜ୍ ୨୪-ଚାଣକ୍ୟର ଏକଜିଟ୍ ପୋଲ୍ରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୧୫୨-୧୬୦, ମହାବିକାଶ ଅଘାଡ଼ିକୁ ୧୩୦-୧୩୮ ସିଟ୍ ଏବଂ ଅନ୍ୟଙ୍କୁ ୬ରୁ ୮ ଆସନ ମିଳିପାରେ ।
– ଲୋକସାହୀ ମରାଠୀର ଏକଜିଟ୍ ଅନୁସାରେ ବିଜେପି ମେଣ୍ଟକୁ ୧୨୮-୧୪୨ ଆସନ, କଂଗ୍ରେସ ମେଣ୍ଟକୁ ୧୨୫-୧୪୦ ଏବଂ ଅନ୍ୟଙ୍କୁ ୧୮-୨୩ ଆସନ ମିଳିପାରେ ।