Wednesday, September 30, 2026
24.7 C
Odisha

    ବାଘଖିଆ ମଣିଷକୁ ସାମାଜିକ ବାସନ୍ଦ କରାଯାଉ

    ଆଗକୁ ପଢନ୍ତୁ

    ନୂଆପଡ଼ା ଜିଲାରେ କଲରାପତରିଆ ବାଘକୁ ଫାଶରେ ଧରି ରାନ୍ଧିଣ ଖାଇବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିକାରୀମାନେ ବାରହା ଧରିବାକୁ ଜାଲ ବିଛାଇଥିବା ବେଳେ ଏଥିରେ କଲରାପରତିଆ ପଡ଼ିଥିଲେ। ନୃଶଂସ ଶିକାରୀମାନେ ତାକୁ ବି ଛାଡ଼ିଲେନି। ଜଙ୍ଗଲ ଭିତରେ ଭାଗ ବଣ୍ଟା କରିନେଲେ ଆଉ ରୋଷେଇ କରି କହିଦେଲେ।
    ଏଭଳି ଏକ ସମ୍ବେଦନଶୀଳ ଘଟଣା ପରେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ଜନସାଧାରଣଙ୍କୁ ଆହ୍ଵାନ କରିଛନ୍ତି। ସେ କହିଛନ୍ତି, ”ବାଘଖିଆ ମଣିଷଙ୍କୁ ସାମାଜିକ ବାସନ୍ଦ କରାଯାଉ। ସଭ୍ୟ ସମାଜରେ ଏହାର କୌଣସି ସ୍ଥାନ ନାହିଁ, ଏପରିକି ସେମାନେ ସଭ୍ୟ ସମାଜରେ ରହିବାକୁ ମଧ୍ୟ ଯୋଗ୍ୟ ନୁହନ୍ତି।” ସୂଚନାଯୋଗ୍ୟ, କଲରାପତରିଆକୁ ମାରି ପରେ ରାନ୍ଧିବା ଏବଂ ଖାଇବା ଅଭିଯୋଗରେ ବନ ଅଧିକାରୀମାନେ କୋମନା ପୋଲିସ ସୀମା ଅନ୍ତର୍ଗତ ଦେଓଧରାର ପୁସ୍ତମ୍ ଚିଣ୍ଡା (୫୮) ଏବଂ ହୁସିକେଶ ଚିଣ୍ଡା (୪୦) ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଖବର ଅନୁଯାୟୀ, ଅଭିଯୁକ୍ତ ଏବଂ ସେମାନଙ୍କ ସହଯୋଗୀମାନେ ଦେଓଧରା ଗାଁର ଜଙ୍ଗଲ ନିକଟରେ ବଣୁଆ ଘୁଷୁରି ଶିକାର କରିବା ପାଇଁ ଜାଲ ପକାଇଥିଲେ। ତେବେ ଗୋଟିଏ ଚିତାବାଘ ଜାଲରେ ପଡ଼ିଯାଇଥିଲା। ପରବର୍ତ୍ତୀ ସମୟରେ, ସେମାନେ ଚିତାବାଘକୁ ମାରି ଏହାର ମାଂସ ଖାଇଯାଇଥିଲେ। ଯଦିଓ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି, ଅନ୍ୟ ଦୁଇଜଣ ଖସିଯିବାରେ ସଫଳ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ