Saturday, January 24, 2026
29 C
Odisha

    ଏଚ୍‌ଏମ୍‌ପିଭି ମୁକାବିଲା ପାଇଁ ଭାରତ ପ୍ରସ୍ତୁତ: ସ୍ବାସ୍ଥ୍ୟ ମନ୍ତ୍ରାଳୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚୀନ୍‌ରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍‌ (ଏଚ୍‌ଏମ୍‌ପିଭି) ଆତଙ୍କ ଖେଳାଇଦେଇଛି। ଉକ୍ତ ଭାଇରସ୍‌ ଯୋଗୁଁ ଶ୍ବାସକ୍ରିୟାଜନିତ ଅସୁସ୍ଥତା ବଢ଼ୁଛି।  ତେବେ ଭାରତରେ ଏହି ଭାଇରସ୍‌କୁ ନେଇ ଏବେ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଶ୍ବସ୍ତ କରିଛି। ଶନିବାର ଏକ  ଏକ ବିବୃତି ଜାରି କରି ମନ୍ତ୍ରାଳୟ କହିଛି ‌ଯେ ଚୀନ୍‌ରେ ଏହି ସ୍ଥିତି କିଛି ଅସାଧାରଣ ନୁହେଁ।  ଭାରତ ଶ୍ବାସକ୍ରିୟାଜନିତ ସଂକ୍ରମଣର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ଅଛି। ଏଚ୍‌ଏମ୍‌ପିଭି ସ୍ଥିତି ଆକଳନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଜଏଣ୍ଟ୍‌ ମନିଟରିଂ ଗ୍ରୁପ୍‌ ବୈଠକ କରିବାର ଦିନକ ପରେ ଆଜି ଏହି ବିବୃତି ଜାରି କରାଯାଇଛି। କୌଣସି ପ୍ରକାର ବିପଦ ସଂକ୍ରାନ୍ତରେ ଅବଗତ ହେବାପାଇଁ ଅଧିକାରୀମାନେ ଲଗାତାର  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଅପଡେଟ୍‌ ଆକଳନ କରୁଛନ୍ତି ବୋଲି ମନ୍ତ୍ରାଳୟ କହିଛି।  ସଂକ୍ରମଣର ମୁକାବିଲା ପାଇଁ  ଗୁରୁତ୍ବପୂର୍ଣ୍ଣ ସୂଚନା‌ ସଂକ୍ରାନ୍ତରେ ଅବଗତ କରିବାକୁ ‘ହୁ’କୁ ଅନୁରୋଧ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।  ମନ୍ତ୍ରାଳୟ ଉକ୍ତ ଭାଇରସ୍‌ ସଂକ୍ରାନ୍ତରେ ଅଧିକ ସ୍ପଷ୍ଟ କରି କହିଛି,  ଭାରତର ତଥ୍ୟ କହୁଛି ଯେ ଦେଶରେ ଶ୍ବାସକ୍ରିୟାଜନିତ ସଂକ୍ରମଣ ବୃଦ୍ଧି ହୋଇନାହିଁ କି ଉକ୍ତ ମାମଲାରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିନାହିଁ।  ଏଚଏମ୍‌ପିଭି ପରି ଭାଇରସ୍‌ ପୂର୍ବରୁ ଭାରତରେ ବ୍ୟାପିଛି ଏବଂ ଭାରତରେ ଥିବା ସ୍ବାସ୍ଥ୍ୟ ଭିତ୍ତିଭୂମି ଏହାର ମୁକାବିଲା କରିପାରିବ ବୋଲି ମନ୍ତ୍ରାଳୟ କହିଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    17 %
    3.4kmh
    0 %
    Sat
    27 °
    Sun
    30 °
    Mon
    31 °
    Tue
    32 °
    Wed
    33 °

    ସମ୍ବନ୍ଧିତ