Tuesday, June 17, 2025
24.7 C
Odisha

    ଏପ୍ରିଲ ୧୫ ଯାଏ ତିହାର ଜେଲରେ ରହିବେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଡି ରିମାଣ୍ଡ ଅବଧି ଶେଷ ହେବାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯାଇଛନ୍ତି। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହେପାଜତରେ ଥିବା ବେଳେ ଆଜି ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଯାହାପରେ ରାଉଜ ଆଭେନ୍ୟୁ କୋର୍ଟରୁ କେଜ୍ରିୱାଲଙ୍କୁ ତିହାର ଜେଲ ନିଆଯାଇଛି।
    ସେପଟେ ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲ୍‌କୁ ନେବା ପୂର୍ବରୁ ପତ୍ନୀ ସୁନୀତା କେଜ୍ରିୱାଲ ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତିଶୀ ଏବଂ ସୌରଭ ଭରଦ୍ୱାଜଙ୍କ ସହିତ ଭେଟ କରାଇ ଦେବାକୁ କୋର୍ଟ ଅନୁମତି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    91 %
    1.6kmh
    100 %
    Mon
    25 °
    Tue
    26 °
    Wed
    27 °
    Thu
    28 °
    Fri
    29 °

    ସମ୍ବନ୍ଧିତ