Saturday, July 27, 2024
24.6 C
Odisha

    ଏହି ଦଳରୁ ନିର୍ବାଚନ ଲଢ଼ିବେ ସଞ୍ଜୟ ଦତ୍ତ

    ଆଗକୁ ପଢନ୍ତୁ

    ବଲିଉଡ ସିନେ ଜଗତର ‘ଖଳନାୟକ’ ତଥା ସୁପରଷ୍ଟାର ସଞ୍ଜୟ ଦତ୍ତ ଏବେ ରାଜନୀତିରେ ଡେବ୍ୟୁ କରିଛନ୍ତି । ତେବେ ଚଳିତବର୍ଷ ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବେ ମୁନ୍ନା ଭାଇ । ସିଲଭର ସ୍କ୍ରିନରେ ଦମଦାର ଅଭିନୟର ଯାଦୁ ଦେଖାଇବା ପରେ ବର୍ତ୍ତମାନ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ସଞ୍ଜୟ ଦତ୍ତ । ଚଳିତବର୍ଷ ଲୋକସଭା ନିର୍ବାଚନରେ ହରିୟାଣାରେ କଂଗ୍ରେସ ତରଫରୁ ନିର୍ବାଚନ ଲଢିବେ ସଞ୍ଜୁ ବାବା । ତେବେ ସଞ୍ଜୟଙ୍କ ବିପକ୍ଷରେ ପ୍ରାର୍ଥୀ ରହିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର । ତେଣୁ ଅଭିନୟ ଏବଂ ରାଜନୀତି ଜଗତର ଦୁଇ ସୁପରଷ୍ଟାର ଏବେ ରାଜନୀତି ରଣାଙ୍ଗନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ବୋଲି ଖୁବ ଚର୍ଚ୍ଚା ଜୋର ଧରିଛି । ରାଜନୀତିରେ ଡେବ୍ୟୁକୁ ନେଇ ସମସ୍ତ ଆଲୋଚନା ଉପରେ ବିରାମ ଲଗାଇଛନ୍ତି ସଞ୍ଜୟ ଦତ୍ତ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ପୋଷ୍ଟ କରି ଏହିସବୁ ଆଲୋଚନାକୁ ସେ ଗୁଜବ ବୋଲି ପ୍ରକାଶ କରିଛନ୍ତି । ରାଜନୀତିରେ କୌଣସି ଦଳ ପକ୍ଷରୁ ସଞ୍ଜୟ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସଞ୍ଜୟ । ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳରେ ସେ ସାମିଲ ହୋଇନଥିବା ଏହି ପୋଷ୍ଟରେ ପ୍ରକାଶ କରିଛନ୍ତି ।


    ତେବେ ସଞ୍ଜୟ ଦତ୍ତଙ୍କ ପିତା ସୁନୀଲ ଦତ୍ତ ରାଜନୀତି ଦୁନିଆରେ ଖୁବ ପରିଚିତ ହୋଇଥିବାରୁ ଏହି ଆଲୋଚନା ଜୋର ଧରିଥିଲା । ସୁନୀଲ ଦତ୍ତ କେନ୍ଦ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିବା ବେଳେ ୩ ଥର ସାଂସଦ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ। କିନ୍ତୁ ସଞ୍ଜୟ ଦତ୍ତ ସର୍ବଦା ରାଜନୀତିଠାରୁ ଦୂରରେ ରହିଛନ୍ତି । ତେବେ ଚଳିତବର୍ଷ ବାପାଙ୍କ ପାଦଚିହ୍ନରେ ଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ସେ ଗୁଜବ କହି ଏଡ଼ାଇ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ