Tuesday, March 3, 2026
34.2 C
Odisha

    ଏହି ୨ ଦିନ ଘରେ ଭୁଲରେ ମାରନ୍ତୁନି ପୋଛା

    ଆଗକୁ ପଢନ୍ତୁ

    ପୋଛା ଲଗାଇଲେ ବିପଦ। ତେବେ ସବୁଦିନ ନୁହେଁ କେତେକ ବିଶେଷ ଦିନରେ ପୋଛା ଲଗାଇଲେ ଆପଣଙ୍କ ଉପରେ ବିପଦର କଳା ବାଦଲ ମାଡିଆସିବ। ଆପଣଙ୍କୁ ସାଧାରଣ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ବାସ୍ତୁ ଶାସ୍ତ୍ର ସମେତ ଅନେକ ଧର୍ମ ଗ୍ରନ୍ଥମାନଙ୍କରେ ଏନେଇ ବିଶେଷ ତଥ୍ୟ ଉଲ୍ଲେଖ ରହିଛି। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଜାଣିବା ଏହି ୨ ଦିନ ବିଷୟରେ…

    ଯେଉଁଭଳି ଭାବେ ଗୃହ ନିର୍ମାଣ ସମୟରେ ବାସ୍ତୁକୁ ଲକ୍ଷ୍ୟ କରି ଘର ନିର୍ମାଣ କପରାଯାଇଥାଏ, ଠିକ୍ ସେହିଭଳି ଘରର ପ୍ରତ୍ୟେକ କାର୍ଯ୍ୟ ନେଇ ବାସ୍ତୁରେ ଭିନ୍ନ ଭିନ୍ନ ନିୟମ ଉଲ୍ଳେଖ ରହିଛି। ଏହାକୁ ନମାନିଲେ ଜୀବନରେ ଏହା ଦୁଃଖର କାରଣ ବନିଥାଏ। ବାସ୍ତୁ ଅନୁଯାୟୀ ସୂର୍ଯ୍ୟୋଦୟ ପରେ ଏବଂ ମଧ୍ୟାହ୍ନ ଭିତରେ ଝାଡୁ ଲଗାଇବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

    ଏହାଛଡା ସବୁବେଳେ ଆପଣ ଘରର ପ୍ରବେଶ ଦ୍ୱାରରୁ ଆରମ୍ଭ କରି ଘର ଭିତରକୁ ଝାଡୁ କରିବାର ଆବଶ୍ୟକତା ରହିଥାଏ। ତେବେ ଏହା ତ ହେଲା ଝାଡୁର କଥା, ତେବେ ପୋଛା ଲଗାଇବାକୁ କଣ ରହିଛି ବିଶେଷ ନିୟମ।

    ଏନେଇ ବାସ୍ତୁଶାସ୍ତ୍ରରେ ଘରେ ଗୁରୁବାର ପୋଛା ଲଗାଇବାକୁ ମନା କରାଯାଇଛି। କାରଣ ଗୁରୁବାର ଘରେ ପୋଛା ଲଗାଇବା ଦ୍ୱାରା ବୁଧ ଦେବ ନାରାଜ ହୋଇଥାନ୍ତି। ଯେଉଁଥିପାଇଁ ଏହି ନିୟମ ମାନୁ ନଥିବା ଲୋକଙ୍କ ଘରେ ଝଗଡ଼ା ଲାଗି ରହିଥାଏ।

    ଏହାଛଡା ଏକାଦଶୀ ଦିନ ଘରେ ପୋଛା ଲଗାଇବାକୁ ବାରଣ କରାଯାଇଛି। ଯଦି କୌଣସି ବ୍ୟକ୍ତି ଏହି ନିୟମ ନମାନନ୍ତି ତବେ ତାଙ୍କ ପରିବାର ଉପରେ ଏହାର ପ୍ରଭାବ ପଡିଥାଏ। ଏହାସହିତ କୌଣସି କାମ ଆରମ୍ଭ କଲେ ସେଥିରେ ମଧ୍ୟ ବିଘ୍ନ ଘଟିଥାଏ।

    ଘରେ ପୋଛା ଲଗାଇବାର ସବୁଠୁ ପ୍ରକୃଷ୍ଟ ସମୟ ହେଉଛି ବ୍ରହ୍ମ ମୂହୁର୍ତ୍ତ। ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବରୁ ଆପଣ ଏହି କାମ କରିନିଅନ୍ତୁ। ଏହି ସମୟରେ ଘରେ ପୋଛା ଲଗାଇବା ଦ୍ୱାରା ଘରେ ସକରାତ୍ମକ ଉର୍ଜାର ସ୍ତର ବୃଦ୍ଧି ହୋଇଥାଏ। ଏହାଛଡା ଆପଣ ସୂର୍ଯ୍ୟୋଦୟ କିମ୍ୱା ଏହା ପରେ ପରେ ମଧ୍ୟ ଲଗାଇ ପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.2 ° C
    34.2 °
    34.2 °
    10 %
    3.3kmh
    53 %
    Tue
    33 °
    Wed
    37 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ