Tuesday, September 22, 2026
23.9 C
Odisha

    ଓଡ଼ିଶାରେ ଦେଶର ପାଓ୍ବାରଫୁଲ ୧୦ ଡିଜି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଟପ୍‌ ପୋଲିସ ଅଫିସରଙ୍କ ସହ ରଣନୀତି ପ୍ରସ୍ତୁତ କରିବେ ଅଜିତ ଡୋଭାଲ। ତାଙ୍କ ନାଁ ଉଣା ଅଧିକେ ସମନ୍ତେ ଶୁଣିଥିବେ। ହେଲେ ସେ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି ବରଂ ଡୋଭାଲ ହେଉଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା। ସେ ବି ଡିଜିପି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଆଭ୍ୟନ୍ତରିଣ ଏବଂ ବାହ୍ୟ ସୁରକ୍ଷା ନେଇ ପିଏମଙ୍କ ସହ ମନ୍ତ୍ରଣା କରୁଥିବା ଡୋଭାଲ ଏବେ ଟପ ପୋଲିସ ଅଫିସରଙ୍କୁ ମନ୍ତ୍ର ଦେବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ସିଧା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରିପୋର୍ଟ କରନ୍ତି। ପିଏମଙ୍କ ସହ ଉଭୟ ଆଭ୍ୟନ୍ତରିଣ ଏବଂ ବାହ୍ୟ ସୁରକ୍ଷା ନେଇ ମନ୍ତ୍ରଣା କରିଥାନ୍ତି ଡୋଭାଲ। ତେବେ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ସବୁ ରାଜ୍ୟର ହାପ୍ରୋଫାଇଲ ମୁଖିଆ। ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପୋଲିସ ମହାନିର୍ଦ୍ଦେଶକଙ୍କ ମହାସମ୍ମିଳନୀ। ଏହି ତିନି ଦିନିଆ ସର୍ବଭାରତୀୟ ସମ୍ମିଳନୀରେ ବିଭିନ୍ନ ରାଜ୍ୟର ପୋଲିସ ମୁଖିଆ ଯୋଗ ଦେଇଥିବାବେଳେ, ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ ଏହି କନଫରେନ୍ସରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ମୋଦିଙ୍କ ସ୍ବତନ୍ତ୍ର ସଚିବ ପିକେ ମିଶ୍ରଙ୍କ ସହ ପରାମର୍ଶଦାତା ତରୁଣ କପୁର। ମହାସମ୍ମିଳନୀରେ ବି ଯୋଗ ଦେଉଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ।

    ଦିଲ୍ଲୀ ଦରବାରରେ ସବୁଠୁ ପାୱାରଫୁଲ ଓଡ଼ିଆ ଅଫିସର ପିକେ ମିଶ୍ର। କୁହାଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ରଣନୀତିକାରଙ୍କ ମଧ୍ୟରୁ ଅନ୍ୟତମ। ସେହିପରି ସମ୍ମିଳନୀରେ ଯୋଗ ଦେଇଛନ୍ତି ଭାରତୀୟ ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ତପନ କୁମାର ଡେକା ଏବଂ ପ୍ରମୁଖ ବୈଷୟିକ ଗୁଇନ୍ଦା ଏଜେନ୍ସି ନ୍ୟାସନାଲ ଟେକ୍ନିକାଲ ଇଣ୍ଟେଲିଜେନ୍ସ ଅର୍ଗାନାଇଜେସନ- ଏନଟିଆରଓର ଅଧ୍ୟକ୍ଷ ଅରୁଣ କୁମାର ସିହ୍ନା। ସେହିପରି ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୂଦ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଅଂଶ ପାଲଟିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    98 %
    1.3kmh
    100 %
    Tue
    24 °
    Wed
    26 °
    Thu
    28 °
    Fri
    29 °
    Sat
    28 °

    ସମ୍ବନ୍ଧିତ