Monday, October 12, 2026
23.8 C
Odisha

    ମହାପ୍ରଭୁଙ୍କ ଜମି ମୋ ନାଁରେ ଥିଲେ ରାଜନୀତି ଛାଡ଼ିଦେବି’, ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ

    ଆଗକୁ ପଢନ୍ତୁ

    ମହାପ୍ରଭୁ ଜଗନ୍ନାଥଙ୍କ ଜମି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ । ମହାପ୍ରଭୁଙ୍କ ଜମି ଗୋଟିଏ ଇଞ୍ଚ ଯଦି ତାଙ୍କ ନାଁରେ ଥିବ, ତାହେଲେ ରାଜନୀତିରୁ ଅବସର ନେଇଯିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
    ମହାପ୍ରଭୁଙ୍କ ପ୍ରତି ନିଷ୍ଠାର ସହ କାର୍ଯ୍ୟ କରୁଛୁ ବୋଲି କହିଛନ୍ତି ପୃଥ୍ୱୀରାଜ । ପୁରୀ ଶ୍ରୀମନ୍ଦିର ଦେଶର ସର୍ବଶ୍ରେଷ୍ଠ ତୀର୍ଥସ୍ଥାନ ହେଉ, ଏହା ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ବୋଲି ସେ କହିଛନ୍ତି । କିଛି କୁଚକ୍ରୀ ଲୋକ ଶ୍ରୀମନ୍ଦିରକୁ ନେଇ ଅପପ୍ରଚାର କରୁଛନ୍ତି ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ମନ୍ତବ୍ୟକୁ ମଧ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏହାସହ ଯଦି କେହି ତାଙ୍କ କିମ୍ବା ତାଙ୍କ ପରିବାର ନାଁରେ ମହାପ୍ରଭୁଙ୍କ ଜମି ଥିବା ପ୍ରମାଣ କରନ୍ତି, ତେବେ ରାଜନୀତିରୁ ସନ୍ୟାସ ନେବେ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି । କୌଣସି ଭ୍ରଷ୍ଟାଚାରର ଅଭିଯୋଗ ପ୍ରମାଣିତ ହେଲେ ମଧ୍ୟ ରାଜନୀତି ଛାଡ଼ିବେ ବୋଲି କହିଛନ୍ତି ପୃଥ୍ୱୀରାଜ । ତେବେ ମିଥ୍ୟା ଅପପ୍ରଚାର କରାଗଲେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    76 %
    1.1kmh
    2 %
    Mon
    23 °
    Tue
    30 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ