Tuesday, January 20, 2026
30.4 C
Odisha

    ଓଡିଶା ମିଲେଟ୍ସ ମିଶନ ଆନୁକୂଲ୍ୟରେ ସନ୍ତରଣ ପ୍ରତିଯୋଗିତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦେବେନ୍ଦ୍ରପୁର ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାର ପରିସରରେ ଓଡିଶା ମିଲେଟ ମିଶନ ପକ୍ଷରୁ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୋଟ ୯୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାବେଳେ ୬୦ ଜଣ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ମେଡେଲ ଦେଇ ପୁରସ୍କୃତ କରାଯାଇଥିଲା। ଗାରିମା ସାହା, ସାନଭି ମହାପାତ୍ର, ଅନିଲ କୁମାର ମହାନ୍ତ, ସୌମ୍ୟ ସଂକେତ ନାୟକ ଓ ଶ୍ରେୟାଂଶ ମହାପାତ୍ର ସର୍ବାଧିକ ମେଡେଲ ହାସଲ କରିଥିଲେ। ମୁଖ୍ୟଅତିଥି ଭାବେ ମୟୁରଭଞ୍ଜ ଆଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ କୃଷି ଜିଲ୍ଲା ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚରଣ ହାଁସଦା, କ୍ରୀଡ଼ାବିତ ସୋମନାଥ ସିଂହ ଓ ଦିବ୍ୟ ରଞ୍ଜନ ଦାସ ତଥା ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ମହାନ୍ତ ଓ ତ୍ରିଲୋଚନ ଶବର ପୁରସ୍କାର ବିତରଣ କରିବା ସହ ମିଲେଟ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟକର ଓ ପୃଷ୍ଟିସାର ହୋଇଥିବାରୁ ଖେଳାଳୀ ମାନଙ୍କ ପାଇଁ ଏହା ବେଶ ଉପଯୋଗୀ ବୋଲି ପ୍ରକାଶ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    15 %
    2.6kmh
    0 %
    Tue
    28 °
    Wed
    31 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ