Tuesday, March 17, 2026
24.7 C
Odisha

    କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର    :   ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ ଯାଇ କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ସମେତ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି।

     

    ସୂଚନା ଯୋଗ୍ୟଯେ ସ୍ପେଶାଲ ସର୍କିଟ୍ ହାଉସ୍‌ ବିଲ୍‌ଡିଙ୍ଗଟି ୫ ମହଲା ବିଶିଷ୍ଟ କରାଯିବ ଏବଂ ପ୍ରାୟ ୨୦,୧୭୫ ବର୍ଗ ମିଟର ଯାଗାରେ ଏହି ବିଲ୍‌ଡିଙ୍ଗ ପାଇଁ ୧୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ୪ ମହଲା ବିଶିଷ୍ଟ ଏହି ବିଲ୍‌ଡିଙ୍ଗଟି ପ୍ରାୟ ୩,୬୭୨ ବର୍ଗ ମିଟର ଅଞ୍ଚଳରେ ୧୮ କୋଟି ୮୦ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ। ଏହି ଅବସରରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ର ନୂତନ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିବ । ଯେଉଁ ମାନେ ଜମିଜମା କାମରେ ତହସିଲ ଓ ସବ୍-ରେଜିଷ୍ଟର ଅଫିସକୁ ଆସିବେ, ସେମାନେ ସୁବିଧାରେ ସମସ୍ତ ସେବା ପାଇପାରିବେ। ଏହାଦ୍ବାରା ଲୋକଙ୍କ ସମସ୍ୟା ଅଫିସରେ ସୁବିଧାରେ ସମାଧାନ ହୋଇପାରିବ, ସେମାନଙ୍କୁ ଆଉ ଉଚ୍ଚ ପଦାଧିକାରୀମାନଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ।ଆମର ମୂଳଲକ୍ଷ୍ୟ ହେଉଛି ସବୁ କ୍ଷେତ୍ରରେ ଲୋକଙ୍କୁ ସହଜରେ ଓ ସୁବିଧାରେ ବିଭିନ୍ନ ସରକାରୀ ସେବା ଯୋଗାଇଦେବା ।  ଏହାଦ୍ବାରା ଲୋକଙ୍କ ଇଜ୍ ଅଫ୍ ଲିଭିଙ୍ଗ୍   ଉନ୍ନତି ଆସିପାରିବ। ଏହିଲକ୍ଷ୍ୟ ହାସଲ ପାଇଁ ଆମର ଉଦ୍ୟମ ଜାରିରହିବ ।

    ସେ ଆହୁରି କହିଥିଲେ ଯେ ରାଜ୍ୟର ସବୁ ତହସିଲରେ ସବ୍-ରେଜିଷ୍ଟ୍ରେସନ ଅଫିସ୍ ଖୋଲିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ନ‌ଭେମ୍ବର ୧ ତାରିଖରେ ୧୩ଟି ଜିଲ୍ଲାର ୪୪ଟି ତହସିଲରେ ନୂଆ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଉଦ୍‌ଘାଟନ କରାଯାଇଛି। ପ୍ରାୟ ୫୬ଟି ତହସିଲ ଛାଡି ସବୁ ତହସିଲ ସବ୍-ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯାଇଛି। ଏଗୁଡିକ ମଧ୍ଯ ଖୁବଶୀଘ୍ର ଖୋଲାଯି ଲାଯିବ ଏବଂ ଏହାର ନୂଆ ଅଫିସ୍ ବିଲଡିଙ୍ଗ ମଧ୍ଯ କରାଯିବ। ଜମିଜମା ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ବିଷୟ ନେଇ ଅଧିକାଂଶ ବ୍ୟବସ୍ଥାକୁ ଆମେ ଡିଜିଟାଲ ମାଧ୍ଯମରେ କରୁଛୁ ।ଟେକ୍ନୋଲୋଜି ବ୍ୟବହାର କରି ରାଜସ୍ବ ସେବାକୁ ମଧ୍ୟସ୍ଥି ମୁକ୍ତ ଓ ଦୁର୍ନୀତି ଦୁର୍ନୀତି ମୁକ୍ତ କରାଯାଉଛି।ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, କଟକ ବାରବାଟୀ ବିଧାୟିକା ଇଂ ସୋଫିଆ ଫିର୍ଦୋଷ, କଟକ ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ, କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଓ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    54 %
    5.2kmh
    39 %
    Tue
    26 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ