Thursday, October 8, 2026
24.4 C
Odisha

    କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ପାଇବେ ନିତା ଅମ୍ବାନୀ

    ଆଗକୁ ପଢନ୍ତୁ

    ନିତା ଅମ୍ବାନୀଙ୍କ ପାଇଁ ଦୀର୍ଘ ୩ମାସ ପୂର୍ବରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ଯେଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେ ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା କମିଟିକୁ ଆବଶ୍ୟକ ପରାମର୍ଶ ଦେବା ସହ ବ୍ୟକ୍ତିଗତ ଭାବେ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି । ଏହି ସମ୍ମାନରେ ସମ୍ମାନୀତ ବ୍ୟକ୍ତିବିଶେଷ କିମ୍ବା ସଂଗଠନକୁ ଏକ ପ୍ରଶସ୍ତିପତ୍ର ସହ ଏକ ସ୍ୱର୍ଣ୍ଣ ପ୍ରଲେପିତ ଟ୍ରଫି ପ୍ରଦାନ କରାଯାଇଥାଏ । ଏହି ଟ୍ରଫିରେ ଶୁଦ୍ଧତା, ଦୟା, ସମୃଦ୍ଧି ଓ ଆଶାର ଗୁଣ ସହିତ ମାନବିକତାର ଏକ ହୃଦୟ ସ୍ଥାନୀତ ହୋଇଛି । ଏଥିରେ ଦୁଇଟି ହାତ ଗୋଟିଏ ହୃଦୟକୁ ଟେକି ଧରିଥାଏ ଏବଂ ଅନେକ ହାତ ତରଙ୍ଗାୟିତ ହୋଇଥାଏ, ଯାହାକି ଦୁଇଟି ଉତ୍ସର୍ଗୀକୃତ ହାତ କିପରି ଅସହାୟଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ସହ ଜୀବନ ଜିଇଁବା ପାଇଁ ବିଶ୍ୱକୁ ଏକ ଉତ୍ତମ ସ୍ଥାନରେ ପରଣିତ କରିବା ସୂଚୀତ କରିଥାଏ । ପୂର୍ବରୁ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଶ୍ୱର ବହୁ ବିଶିଷ୍ଟ ରାଷ୍ଟ୍ରନେତା, ନୋବେଲ୍‍ ବିଜେତା ଏବଂ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ରହିଛନ୍ତି, ଯାହାକି ଏହି ପୁରସ୍କାରର ବ୍ୟାପକ ଅନ୍ତର୍ଜାତୀୟ ଗ୍ରହଣୀୟତା ଓ ସମ୍ମାନକୁ ସୂଚୀତ କରୁଛି ।

    ୨୦୨୩ରେ ବିଶ୍ୱର ପ୍ରମୁଖ ସମାଜସେବୀ ତଥା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ଏବଂ ବିଲ୍‍ ଆଣ୍ଡ ମିଲିଣ୍ଡା ଗେଟସ୍‍ ଫାଉଣ୍ଡେସନ୍‍ର ସହ-ଅଧ୍ୟକ୍ଷ ବିଲ୍‍ ଗେଟସ୍‍, ୨୦୨୧ରେ ବିଶ୍ୱର ବିଶିଷ୍ଟ ଶିଳ୍ପପତି, ସମାଜସେବୀ ତଥା ଟାଟାଗ୍ରୁପ୍‍ର ଚେୟାରମ୍ୟାନ୍‍ ଏମେରିଟସ୍‍ ରତନ ଟାଟା, ୨୦୧୯ରେ ଗିନିର ନ୍ୟାସ୍‍ନାଲ୍‍ ଟ୍ରାନଜିସନ୍‍ କାଉନ୍‍ସିଲ୍‍ ପ୍ରେସିଡେଣ୍ଟ ଡ. ଦନଶା କୋରୋମା, ୨୦୧୮ରେ ବିଶିଷ୍ଟ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ଅର୍ଥନୀତିଜ୍ଞ, ସମାଜସେବୀ ଓ ବାଂଲାଦେଶରେ ‘ଗ୍ରାମୀଣ ବ୍ୟାଙ୍କ’ର ପ୍ରତିଷ୍ଠାତା ପ୍ରଫେସର ମହମ୍ମଦ ୟୁନୁସ୍‍ଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଥିଲା । ତା ପୂର୍ବରୁ ୨୦୧୭ରେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା, ୨୦୧୬ରେ ବିଶିଷ୍ଟ ହଲିଉଡ୍‍ ଅଭିନେତ୍ରୀ, ଲେଖିକା, ସମାଜସେବୀ ତଥା ୟୁଏନ୍‍ଏଫ୍‍ପିଏର ଗୁଡ୍‍ଉଇଲ୍‍ ଆମ୍ବାସାଡ଼ାର ଆସ୍‍ଲେ ଜଡ୍‍, ୨୦୧୫ରେ ପେରୁର ପ୍ରାକ୍ତନ ରାଷ୍ଟ୍ରପତି ଆଲେଜାଣ୍ଡ୍ରୋ ଟଲେଡୋ, ୨୦୧୪ରେ ଦକ୍ଷିଣ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟ, ୟୁଏନ ୱିମେନ୍‍ର ପ୍ରାକ୍ତନ ଆଞ୍ଚଳିକ କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ଆନେ ଏଫ୍‍. ଷ୍ଟେନାହାମର୍‍, ୨୦୧୩ରେ ସୁଇଜରଲାଣ୍ଡର ବିଶିଷ୍ଟ ଜନପ୍ରିୟ ସମାଜସେବୀ ତଥା ଫ୍ରାନ୍ ସିକୋ ଜାଭିଅର୍ ବ୍ୟାଗ୍ ନଡ୍ (FXB ) ସେଣ୍ଟର ଫର ହେଲ୍ ଥ ଆଣ୍ଡ ହ୍ୟୁମାନ ରାଇଟ୍ ସର ପ୍ରତିଷ୍ଠାତା ତଥା ସଭାପତି ଆଲ୍ ବିନା ଡୁ ବୋସ୍ରୋଭେଙ୍କୁ ପ୍ରଦାନ କରା ଯାଇଥିଲା ।

    ସେହିପରି ୨୦୧୨ରେ ଭୁଟାନର ପ୍ରଧାନମନ୍ତ୍ରୀ ଥିନ୍ ଲେ ଜିଗ୍ ମେ, ୨୦୧୧ ରେ ବ୍ରିଟେନ୍‍ର ବିଶିଷ୍ଟ ଆଇନଜ୍ଞ ଲର୍ଡ ନିକୋଲାସ୍ ଆଡିସନ୍ ଫିଲିପ୍ ସ, ୨୦୧୦ରେ ମରିସସ୍ ପୂର୍ବତନ ରାଷ୍ଟ୍ରପତି ସାର୍ ଅନିରୁଦ୍ଧ ଜଗନ୍ନାଥ, ୨୦୦୯ରେ କୋରିଆର ବିଶିଷ୍ଟ ଶିକ୍ଷାବିତ, ଚିକିତ୍ସକ ତଥା ହାନ୍ ସେଓ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଡ. ହାମ୍ କି ସନ୍ ଓ ୨୦୦୮ରେ ବିଶିଷ୍ଟ ସମାଜସେବୀ ଦକ୍ଷିଣ ଆଫ୍ରିକା କେନ୍ଦ୍ରମନ୍ତ୍ରୀ ଏଡ୍ ନା ବୋମୋ ମୋଲେୱାଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୫ ବର୍ଷ ପାଇଁ ରିଲାଏନ୍‍ସ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ତଥା ଚେୟାରପର୍ସନ ନିତା ଅମ୍ବାନୀଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆଜି ସଂଧ୍ୟା ୫ଟା ସମୟରେ କଳିଙ୍ଗ ଟିଭିରେ ଦେଖିପାରିବେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ