Thursday, March 19, 2026
21 C
Odisha

    କାର୍ ଦୁର୍ଘଟଣାରେ ୩ ଶିଶୁଙ୍କ ସମେତ ଜଣେ ମହିଳା ପର୍ଯ୍ୟଟକ ଆହତ

    ଆଗକୁ ପଢନ୍ତୁ

    ପୁରୀ : ପିପିଲି-କୋଣାର୍କ ରାସ୍ତାର କୁସୁପୁର ରାସ୍ତାକଡ଼ରେ ରହିଥିବା ମ୍ୟାଜିକ ଗାଡ଼ିକୁ ଧକ୍କା ଦେଲା ପର୍ଯ୍ୟଟକଙ୍କ କାର୍। ତିନି ଶିଶୁଙ୍କ ସମେତ ଜଣେ ମହିଳା ପର୍ଯ୍ୟଟକ ଆହତ ହୋଇଥିବା ବେଳେ ଜଣେ ସ୍ଥାନୀୟ ବାଲିସାହି ଗ୍ରାମର ମହେଶ୍ୱର ଭୋଇ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତ କ୍ୟାପିଟାଲ ହସପିଟାଲ ସ୍ଥାନାନ୍ତର ହୋଇଛନ୍ତି।ଦିଲ୍ଲୀରୁ ପର୍ଯ୍ୟଟକମାନେ ଇନୋଭା କାରରେ କୋଣାର୍କ ବୁଲିବାକୁ ଆସୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ କୁସୁପୁର ଠାରେ ରାସ୍ତାରେ ରହିଥିବା ଏକ ଟାଟା ମ୍ୟାଜିକ ଗାଡ଼ିକୁ ପିଟି ରାସ୍ତାରେ ଯାଉଥିବା ମହେଶ୍ୱରଙ୍କୁ ଧକ୍କା ଦେଇଥିଲା। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଆଶୁ ଚିକିତ୍ସା ପରେ କ୍ୟାପିଟାଲ ହସପିଟାଲ ସ୍ଥାନାନ୍ତାରିତ ହୋଇଛନ୍ତି।ଆହତମାନେ ଦିଲ୍ଲୀର ସରତଜିତ ସିଂଙ୍କ ପରିବାରର କାଜଲ ସିଂ(୩୦),ରିଙ୍କୁ ସିଂ(୭),ଟିଟନ ସିଂ(୮),ଭୈରବ ଜିତ ସିଂ(୮) ଓ ସ୍ଥାନୀୟ ବାଲି ସାହି ଗ୍ରାମର ମହେଶ୍ୱର ଭୋଇ ବୋଲି ଗୋପ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    70 %
    1.6kmh
    100 %
    Thu
    33 °
    Fri
    33 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ