Monday, September 14, 2026
30.3 C
Odisha

    ରାମାୟଣର ପ୍ରଥମ ଗୀତ ରିଲିଜ, ଭକ୍ତିରେ ବୁଡ଼ିଲେ ଫ୍ୟାନ୍ସ

    ଆଗକୁ ପଢନ୍ତୁ

    ରଣବୀର କୁପର ଏବଂ ସାଇ ପଲ୍ଲବୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ରାମାୟଣକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଫିଲ୍ମର ପ୍ରଥମ ଗୀତ ଜୟ ଜୟ ରାମ ରିଲିଜ ହୋଇଛି । ଫିଲ୍ମର ଗୀତ ରିଲିଜ ହେବା ପରେ ଫ୍ୟାନ୍ସଙ୍କ ଭିତରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଗୀତରେ ଭଗବାନ ରାମଙ୍କ ଭବ୍ୟ ଗାଥା, ଦିବ୍ୟ ଛବି ଏବଂ ଦମଦାର ଭିଜୁଆଲ୍ସ ଦେଖିବାକୁ ମିଳିଛି ।

    ରଣବୀର କପୁରଙ୍କ ରାମ ଅବତାର ଝଲକ ପୂର୍ବରୁ ଫ୍ୟାନ୍ସଙ୍କୁ ଆକର୍ଷିତ କରିଛି । ଏବେ ଜୟ ଜୟ ରାମ ଗୀତ ଫ୍ୟାନ୍ସଙ୍କୁ ଆକର୍ଷିତ କରିଛି । ସୋସିଆଲ ମିଡିଆରେ ଫ୍ୟାନ୍ସ ଗୀତ ଏବଂ ଦୃଶ୍ୟ ଦେଖି ବେଶ୍ ଚର୍ଚ୍ଚା କରୁଛନ୍ତି । ଗଣେଶ ଚତୁର୍ଥ ଅବସରରେ ମେକର୍ସ ଫ୍ୟାନ୍ସଙ୍କୁ ବଡ଼ ଉପହାର ଦେଇଛନ୍ତି । ଅରିଜିତ ସିଂହ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଏବଂ ଏଆର ରେହମାନଙ୍କ ମ୍ୟୁଜିକରେ ବହୁତ ସୁନ୍ଦର ଗୀତ ହୋଇଛି ।

    ରାମାୟଣର ପ୍ରଥମ ପାର୍ଟ ଦୀପାବଳି ଅବସରରେ ରିଲିଜ ହେବ । ପ୍ରଥମ ଭାଗରେ ବନବାସ ଯିବା କାହାଣୀ ଦେଖିବାକୁ ମିଳିବ । ହନୁମାନଙ୍କ ଏଣ୍ଟ୍ରି ଦ୍ବିତୀୟ ଭାଗରେ ହେବ । ପ୍ରଥମ ଭାଗ ଚଳିତ ବର୍ଷ ଦୀପାବଳିରେ ରିଲିଜ୍ ହେବାବେଳେ ଏହାର ଦ୍ୱିତୀୟ ଭାଗ ପାଇଁ ଦର୍ଶକଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ । ଫିଲ୍ମର ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ରିଲିଜ୍ ହେବ । ରାମାୟଣରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଏବଂ ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ । ଏମାନଙ୍କ ବ୍ୟତୀତ ରାଜା ଦଶରଥଙ୍କ ଭୂମିକାରେ ଅରୁଣ ଗୋଭିଲ, ମାତା ସୀତାଙ୍କ ଭୂମିକାରେ ଇନ୍ଦିରା କୃଷ୍ଣନ୍, ଲକ୍ଷ୍ମଣଙ୍କ ଭୂମିକାରେ ରବି ଦୁବେ, ରାବଣ ଭୂମିକାରେ ଯଶ ଏବଂ ହନୁମାନଙ୍କ ଭୂମିକାରେ ସନି ଦେଓଲ ନଜର ଆସିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.3 ° C
    30.3 °
    30.3 °
    64 %
    1.9kmh
    17 %
    Mon
    30 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ