Sunday, October 4, 2026
23.3 C
Odisha

    ୨୨ରେ ପୁଣି ଆସୁଛି ଲଘୁଚାପ, ବଢ଼ିବ ବର୍ଷାର ପ୍ରକୋପ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୨୨ରେ ପୁଣି ଲଘୁଚାପ। ବଢ଼ିବ ବର୍ଷାର ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓଡ଼ିଶା ଦେଇ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା ପ୍ରଭାବରେ ଓଡ଼ିଶାରେ ପାଗରେ ପରିବର୍ତ୍ତନ ଆସିଛି । ତେବେ ଲଘୁଚାପ ଯିବା ସତ୍ତ୍ବେ ଓଡ଼ିଶା ଉପରେ ଏବେ ବି ବର୍ଷା ସମ୍ଭାବନା ରହିଛି ।

    ମୌସୁମୀ ଟ୍ରଫ୍ ଲାଇନ ସକ୍ରିୟ ରହିଥିବାରୁ ଏହା ରାଜ୍ୟରେ ବର୍ଷା କରାଇବା ନେଇ ଆକଳନ କରାଯାଉଛି ।  ୨୦ ସେପ୍ଟେମ୍ବର ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହି ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପ୍ରାୟ ୨୨ ସେପ୍ଟେମ୍ବର ବେଳକୁ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ଉପକୂଳ ନିକଟକୁ ଆସିପାରେ । ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏହା କେତେ ଶକ୍ତିଶାଳୀ ହେବ, କେଉଁ ଦିଗକୁ ଯିବ ଏବଂ କେଉଁ ଅଞ୍ଚଳରେ ଅଧିକ ବର୍ଷା କରାଇବ ତାହା ସ୍ପଷ୍ଟ ହୋଇନାହିଁ ।

    ପ୍ରବଳ ବର୍ଷା ପାଇଁ ଆଜି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି  କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ଏଥିସହ ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ୧୬ ତାରିଖ ଦିନ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ଏହା ପରେ ପରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ