Wednesday, September 16, 2026
24.5 C
Odisha

    କେତେମାତ୍ରାରେ ମଦ ପିଇଲେ ଖରାପ ହୋଇ ନ ଥାଏ ଲିଭର?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଲିଭର ମାନବ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ଆମ ଶରୀର ଲାଗି ଏହାର ଗୋଟିଏ ନୁହେଁ ଅନେକ କାମ ରହିଛି । ଆମ ପେଟର ଉପରଭାଗ ଡାହାଣପଟକୁ ରହିଛି ଏହି ଲିଭର । ଭୁଲ୍ ଖାଦ୍ୟପେୟ କାରଣରୁ ଲିଭରକୁ ବହୁତ କ୍ଷତି ପହଞ୍ଚିଥାଏ । ଏଣୁ ଲିଭରକୁ ସୁସ୍ଥ ରଖିବା ପାଇଁ ସର୍ବଦା ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଉଚିତ । ତେବେ ଲିଭରକୁ କିପରି ସୁସ୍ଥ ରଖିବେ ସେ ସଂପର୍କରେ ପଦ୍ମଭୂଷଣ ସମ୍ମାନିତ ଡାକ୍ତର ଶିବ କୁମାର ସରିନ (ଲିଭର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ବଡ ଡାକ୍ତର) କ’ଣ କହୁଛନ୍ତି ଆସନ୍ତୁ ଜାଣିବା । ଆମେ ସମସ୍ତେ ଜାଣୁ ମଦ୍ୟପାନ କରିବା ଦ୍ୱାରା ଲିଭର ଖରାପ ହୋଇଥାଏ । ଏ ସଂପର୍କରେ ଡାକ୍ତର କହିଛନ୍ତି ଅଳ୍ପ ମାତ୍ରାରେ ମଦ ପିଇବା ଦ୍ୱାରା ଲିଭର ଖରାପ ହୋଇ ନ ଥାଏ । କିନ୍ତୁ ଯେଉଁମାନେ ନିମ୍ନୋକ୍ତ ରୋଗରେ ପୀଡିତ ସେମାନେ ଆଦୌ ମଦ ପିଇବା ଉଚିତ ନୁହେଁ । ଯଦି ଲିଭରରେ ପୂର୍ବରୁ ଫ୍ୟାଟ୍ ରହିଛି କିମ୍ବା ଆପଣଙ୍କ ପିତାମାତା ଡାଇବେଟିସ୍ କିମ୍ବା ରକ୍ତଚାପ କିମ୍ବା ହୃଦରୋଗରେ ପୀଡିତ, କିଡନୀ ସମ୍ବନ୍ଧୀୟ ରୋଗ, ଅଧିକ କୋଲେଷ୍ଟ୍ରଲ କାରଣରୁ ଆପଣଙ୍କ ଲିଭରରେ ଫ୍ୟାଟ୍ ରହିଛି ତେବେ ଆପଣ ଆଦୌ ମଦ୍ୟପାନ କରିବା କଥା ନୁହେଁ । କ୍ୟାନସରର ପ୍ରଥମ କାରକ ମଦ ବୋଲି ହୁ (WHO) କହିଛି ।

    ଡାକ୍ତର ଶିବ କୁମାର କହିଛନ୍ତି ଏହାର ଅର୍ଥ ନୁହେଁ ଯେ, ଆପଣ ମଦ ପିଇଛନ୍ତି ମାନେ ଆପଣଙ୍କୁ କ୍ୟାନସର ହେବ । କିନ୍ତୁ ମଦ୍ୟପାନକୁ ଏକ ଅଭ୍ୟାସରେ ପରିବର୍ତ୍ତନ କରନ୍ତୁ ନାହିଁ ବୋଲି ଡାକ୍ତର କହିଛନ୍ତି । ମହିଳାମାନେ ସପ୍ତାହରେ ଥରେ ଗୋଟିଏ ପେଗ୍‌ରୁ ଅଧିକ ନେବା ଅନୁଚିତ । ଏହି ପେଗ୍ ୨୦ ଗ୍ରାମରୁ ଅଧିକ ହେବା ଅନୁଚିତ । ସେହିପରି ପୁରୁଷମାନେ ୨ ପେଗ୍‌ରୁ ଅଧିକ ପିଇବା ଅନୁଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ