Sunday, December 14, 2025
13.8 C
Odisha

    କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କୁ ଆତଙ୍କବାଦୀ ସଂଗଠନ ନାଁରେ ଆସିଲା ଧମକପୂର୍ଣ୍ଣ ଚିଠି

    ଆଗକୁ ପଢନ୍ତୁ

    କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କୁ ଧମକପୂର୍ଣ୍ଣ ଚିଠି ଆସିଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଠାକୁରଙ୍କୁ ଚିଠି ମାଧ୍ୟମରେ ଧମକ ଦିଆଯାଇଛି। ପଶ୍ଚିମବଙ୍ଗରେ ଏନଆରସି ଓ ସିଏଏ ଲାଗୁ ହେଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ପକ୍ଷରୁ ଏହି ଚିଠି ପଠାଯାଇଛି।

    କେନ୍ଦ୍ରମନ୍ତ୍ରୀଙ୍କୁ ପଠାଯାଇଥିବା ଚିଠିରେ କୁହାଯାଇଛି, ଯଦି ପଶ୍ଚିମବଙ୍ଗରେ ଏନଆରସି ହୁଏ ଏବଂ ମୁସଲମାନଙ୍କ ଉପରେ ଅତ୍ୟାଚାର କରାଯାଏ, ତେବେ ବଙ୍ଗଳା ଓ ସମଗ୍ର ଭାରତରେ ନିଆଁ ଜଳିବ। ଆପଣଙ୍କ ଠାକୁରବାରି ମଧ୍ୟ ଜଳିଯିବ। ତାଙ୍କୁ କେହି ବଞ୍ଚାଇ ପାରିବେ ନାହିଁ। ଆପଣ ଲସ୍କର-ଏ-ତୋଇବାର ନାମ ଶୁଣିଛନ୍ତି କି? ଆମେ ଲସ୍କରର ସଦସ୍ୟ, ହାଫିଜ ସୟିଦଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମବଙ୍ଗରେ ଏନଆରସି ଲାଗୁ ହେବା ମାତ୍ରେ ଆମେ ଆମର କାମ ଆରମ୍ଭ କରିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.8 ° C
    13.8 °
    13.8 °
    54 %
    1.4kmh
    3 %
    Sat
    14 °
    Sun
    27 °
    Mon
    28 °
    Tue
    28 °
    Wed
    28 °

    ସମ୍ବନ୍ଧିତ