Saturday, July 27, 2024
24.5 C
Odisha

    କୋଭିସିଲ୍ଡରେ ରହିଛି ପାର୍ଶ୍ୱପ୍ରତିକ୍ରିୟା, ଦୋଷ ସ୍ବୀକାର କଲା ଟିକା କମ୍ପାନୀ ଏଷ୍ଟ୍ରାଜେନେକା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୋରୋନା ଭ୍ୟାକ୍ସିନକୁ ନେଇ କୋଭିସିଲ୍ଡ ଟିକା କମ୍ପାନୀ ଏଷ୍ଟ୍ରାଜେନେକାର ବଡ ଖୁଲାସା କରିଛି। କୋରୋନା ଭ୍ୟାକ୍ସିନର ସାଇଡ ଇଫେକ୍ଟ ଦସ୍ତାବିଜକୁ ନେଇ ପ୍ରଥମ ଥର କୋର୍ଟରେ ସ୍ବୀକାର କରିଛି କମ୍ପାନୀ । କୋଭିଡ -୧୯ ଭ୍ୟାକ୍ସିନ କାରଣରୁ ରକ୍ତ ଜମାଟ ଭଳି ପ୍ରଭାବ ଶରୀରରେ ଦେଖାଦେଇଥାଏ । ବ୍ରିଟିଶ ଖବରକାଗଜ ଦ ଡେଲି ମେଲ ଅନୁସାରେ ଅଧିକାଂଶ ପରିବାର କୋରୋନା ଭ୍ୟାକ୍ସିନରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ଅଭିଯୋଗ କରି କୋର୍ଟରେ ଆବେଦନ କରିଥିଲେ । ଏହାପରେ ଏହି କମ୍ପାନୀ ଭ୍ୟାକ୍ସିନ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ହେଉଥିବା ନେଇ କୋର୍ଟରେ ସ୍ବୀକାର କରିଥିଲା । ଜୈମି ସ୍କଟ ଏଷ୍ଟ୍ରାଜେନେକା ବିରୁଦ୍ଧରେ ମାମଲା ଦାଏର କରିଥିଲେ । ଗତ ଏପ୍ରିଲ ୨୦୨୧ରେ ସେ କୋରୋନା ଭ୍ୟାକ୍ସିନ ନେଇଥିଲେ । ଯାହାପରେ ତାଙ୍କୁ ମସ୍ତିଷ୍କ ଜନିତ ସମସ୍ୟା ଦେଇ ଗତି କରିବାକୁ ପଡିଥିଲା । ସ୍କଟଙ୍କ ସମେତ ଅନ୍ୟ କେତେକ ରୋଗୀ ଞଞଝ ଭଳି ରୋଗରେ ପୀଡିତ ହୋଇଥିଲେ । ଏହି ସମସ୍ତ କମ୍ପାନୀ ବିରୁଦ୍ଧରେ କୋର୍ଟରେ ଆବେଦନ କରି କ୍ଷତିପୂରଣ ପାଇଁ ଦଗାବି କରିଥିଲେ ଆବେଦନକାରୀ ।
    କୋରୋନା ମହାମାରୀ ସମୟରେ ଭାଇରସର ମୁକାବିଲା ପାଇଁ ଏଷ୍ଟ୍ରାଜେନେକା ଅକ୍ସଫୋର୍ଡ ସହ ମିଶି କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତ କରିଥିଲେ । ସେହିପରି ଭାରତୀୟ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଏଷ୍ଟ୍ରାଜେନେକା ସହ ବୁଝାମଣା କରି କୋଭିସିଲ୍ଡ ଭ୍ୟାକ୍ସିନ ତିଆରି କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ