Tuesday, December 23, 2025
26.7 C
Odisha

    କୋଲ ଓାସେରୀରେ ମାଲିକାନାକୁ ନେଇ ଗୋଷ୍ଠୀ ସଂଘର୍ଷ ଫାଙ୍କା ଗୁଳି ଚାଳନା !

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼ : ହେମଗିରି ଥାନା ଅଧୀନ ଗର୍ଜନବାହାଲସ୍ଥିତ ଭାଟିଆ କୋଲ ଓାସେରୀରେ ମାଲିକାନାକୁ ନେଇ ଗୁରୁବାର ସନ୍ଧ୍ୟାରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା । ଏପରିକି ଫାଙ୍କାଗୁଳି ଚାଳନା ମଧ୍ୟ ହୋଇଥିବା କୁହା ଯାଉଛି । ଉକ୍ତ କୋଲ ଓାସେରୀରେ ରାୟଗଡ଼ର ୨ ଜଣ ମାଲିକଙ୍କ ମାଲିକାନା ବିବାଦ ରହିଛି । ଉକ୍ତ ବିବାଦ ଆଜି ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଉକ୍ତ ଗୋଷ୍ଠୀ ସଂଘର୍ଷରେ ଜଣେ ମାଲିକ ରାୟଗଡ଼ର ଅସାମାଜିକ ଯୁବକଙ୍କୁ ନିୟୋଜିତ କରିଥିବା ବେଳେ ଅନ୍ୟ ଜଣେ ମାଲିକ ସୁନ୍ଦରଗଡ଼ର କିଛି ଅସାମାଜିକ ଯୁବକଙ୍କୁ ନିୟୋଜିତ କରିଥିଲେ । ଉକ୍ତ ଗୋଷ୍ଠୀ ସଂଘର୍ଷରେ ସୁନ୍ଦରଗଡ଼ ଭବାନୀପୁର ଗ୍ରାମର ମଣ୍ଟୁ ତୋଲାନୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ଆୟତ କରିଛି । ଲେଖାହେବାବେଳକୁ ଥାନାରେ ରିପୋର୍ଟ ହୋଇ ନ ଥିବାରୁ ଘଟଣା ସମ୍ପର୍କରେ ସଠିକ ତଥ୍ୟ ମିଳି ପାରି ନାହିଁ । ହେମଗିରି ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ ଗୁଳି ଚାଳନାକୁ ଅସ୍ୱୀକାର କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.7 ° C
    26.7 °
    26.7 °
    26 %
    2.8kmh
    5 %
    Tue
    24 °
    Wed
    27 °
    Thu
    27 °
    Fri
    27 °
    Sat
    28 °

    ସମ୍ବନ୍ଧିତ