Wednesday, October 23, 2024
21.7 C
Odisha

    ଖାଦ୍ୟରେ ବ୍ୟବହୃତ ଫୁଡ କଲର ହୋଇପାର ପ୍ରାଣ ଘାତକ

    ଆଗକୁ ପଢନ୍ତୁ

    ଯେଉଁ ଜିନିଷ ଆଖିକୁ ଭଲ ଦେଖାଯାଏ ତାହା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ।ତେଣୁ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ନିକଟରେ କବାବ, ଚିକେନ, ମାଛ ଓ କିଛି ଭେଜିଟେରିଆନ ଖାଦ୍ୟ ଯେଉଁଥିରେ ଆର୍ଟିଫିସିଆଲ କଲରର ବ୍ୟବହାର ହୋଇଥାଏ ତାହାକୁ ବ୍ୟାନ କରିଦିଆ ଯାଇଛି l ନିକଟରେ ହୋଇଥିବା ଲ୍ୟାବ ଟେଷ୍ଟିଙ୍ଗରୁ ଜଣାପଡିଛି ଯେ ଏହି ଖାଦ୍ୟ ପଦାର୍ଥରେ ଫୁଡ କଲର ବ୍ୟବହାର ହୋଇଥିଲା , ଯେଉଁଥିରେ ସେନସେଟ ୟେଲୋ ଓ କାରୋମୋଇସିନର ମାତ୍ରା ଖୁବ ଅଧିକ ରହିଥିଲା, ଯାହାକି ମଣିଷ ମାନଙ୍କ ପାଇଁ ଖୁବ କ୍ଷତିକାରକ lକାହିଁକି ଆର୍ଟିଫିସିଆଲ କଲର ସ୍ୱାସ୍ଥ୍ୟ ପକ୍ଷରେ କ୍ଷତି କାରକ ଆସନ୍ତୁ ଜାଣିବା –
    ଖାଦ୍ୟ ରେ ବ୍ୟବହୃତ ହେଉଥିବା ଆର୍ଟିଫିସିଆଲ କଲର କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ପୀଡିତ କରିଥାଏ l ଖାଦ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ କଲର ଶରୀରରେ ଅନେକ ରୋଗର ମଧ୍ୟ କାରଣ ହୋଇଥାଏ l

    ଏହାଛଡା ଫୁଡ ଆଇଟମ୍ ରେ ଯେଉଁ କଲର ବ୍ୟବହୃତ ହେଉଛି ତାହା ଟ୍ୟୁମର ମଧ୍ୟ କରାଇଥାଏ l  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଥାଇରଏଡରେ ଆକ୍ରାନ୍ତ ଥିବା ରୋଗୀ ମାନେ କଦାପି ଏଭଳି ଖାଦ୍ୟ ଖାଇବା ଉଚିତ ନୁହେଁ l କାହିଁକି ନା ସେମାନଙ୍କ ଥାଇରଏଡ କ୍ୟାନ୍ସରରେ ମଧ୍ୟ ପରିଣତ ହୋଇପାରେ।

    ଫୁଡ କଲର ବାତ, ପିତ ଓ କଫର ମଧ୍ୟ କାରଣ ହୋଇଥାଏ l ଏହି ସବୁ ଖାଦ୍ୟ କଲର ଶରୀରରେ ବିଭିନ୍ନ ପ୍ରକାର ଏଲର୍ଜୀ ସୃଷ୍ଟି କରିଥାଏ, ଯେପରିକି ପିତ କୋଷ ମଧ୍ୟ ପ୍ରଭାବିତ ହୋଇଥାଏ l ଏହିସବୁ ଫୁଡ କଲର ସ୍କିନ କ୍ୟାନ୍ସରରେ ମଧ୍ୟ ପ୍ରଭାବିତ କରିଥାଏ, ସ୍କିନ ଏଲର୍ଜୀର ମଧ୍ୟ କାରଣ ଅଟେ l

    ଯଦି ଛୋଟ ପିଲା ମାନେ ନିୟମିତ ଭାବରେ ବଜାରରେ ମିଳୁଥିବା ଖାଦ୍ୟକୁ ଖାଇ ଥାଆନ୍ତି ଏହି ପିଲାଙ୍କ ନିକଟରେ ମାନସିକ ସମସ୍ୟା ଦେଖାଦେଇଥାଏ l କାହିଁକି ନା ଖାଦ୍ୟରେ ବ୍ୟବହୃତ ହେଉଥିବା ଫୁଡ କଲର  ମାନସିକ ରୋଗ ଆଟେସନ ଡେ଼ଫିସିଟି ହାଇପର ଆକ୍ଟିଭିଟି ଡ଼ିସଅର୍ଡର କାରକ l ଏହି କାରଣରୁ ପିଲାମାନେ ଡିପ୍ରେସନର ମଧ୍ୟ ଶିକାର ହୋଇ ପାରନ୍ତି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ