Saturday, October 10, 2026
24.4 C
Odisha

    ଆମେରିକାରେ ବନ୍ୟାର ତାଣ୍ଡବ, ୪୩ ମୃତ, ୨୩ ନିଖୋଜ

    ଆଗକୁ ପଢନ୍ତୁ

    ଆମେରିକାରେ ବନ୍ୟାର ତାଣ୍ଡବ। ପାଣିର ପ୍ରଳୟ ପାଇଁ ଆମେରିକାରେ ହାହାକାର । ଭୀଷଣ ବନ୍ୟାରେ ଏଯାଏଁ ୪୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି । ଆମେରିକାର ୨ ରାଜ୍ୟ ଟେକ୍ସାସ୍ ଓ କେର୍ବିଲର ଅନେକ ଅଞ୍ଚଳ ବନ୍ୟା ପାଣିରେ ବୁଡ଼ି ରହିଛି । ମାସକର ବର୍ଷା କିଛି ମାତ୍ର ଘଣ୍ଟାରେ ହୋଇଛି । ଫଳରେ ଏଠାରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗ୍ବାଡାଲୁପ୍ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମାତ୍ର ୯୦ ମିନିଟରେ ଏହି ନଦୀର ଜଳ ୨୦- ଫୁଟ ଯାଏଁ ବୃଦ୍ଧି ହୋଇଗଲା । ଟେକ୍ସାସ ବନ୍ୟା ଯୋଗୁଁ ଏକ ସମର କ୍ୟାମ୍ପରୁ ଅନେକ ପିଲା ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ପତ୍ତା ମିଳିନଥିବା ବେଳେ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । ଅନେକ ଲୋକଙ୍କ ଘର ପାଣିରେ ବୁଡ଼ିଯିବାରୁ ଲୋକେ ଘର ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି ।

    କେର୍ଭିଲ୍ କାଉଣ୍ଟିରେ ରାତିସାରା ୧୦ ଇଞ୍ଚରୁ ଅଧିକ ବର୍ଷା ହୋଇଥିଲା, ଯାହା ଫଳରେ ନଦୀର ଜଳସ୍ତର ହଠାତ୍ ବଢ଼ି ଯାଇଥିଲା । ଜାତୀୟ ପାଣିପାଗ ସେବା ଅନୁଯାୟୀ, ହଣ୍ଟ ନିକଟରେ ଗୁଆଡାଲୁପ୍ ନଦୀର ଜଳସ୍ତର ମାତ୍ର ୨ ଘଣ୍ଟା ମଧ୍ୟରେ ୨୨ ଫୁଟ ବୃଦ୍ଧି ପାଇଥିଲା । ପାଣିପାଗ ବିଜ୍ଞାନୀ ବବ୍ ଫୋଗାର୍ଟି କହିଛନ୍ତି, “ପାଣି ଏତେ ଦ୍ରୁତ ଗତିରେ ବୃଦ୍ଧି ପାଇଲା ଯେ ଲୋକଙ୍କୁ ସୁସ୍ଥ ହେବାର ସୁଯୋଗ ମିଳିଲା ନାହିଁ ।” କାଉଣ୍ଟି ବିଚାରପତି ରବ୍ କେଲି କହିଛନ୍ତି ଯେ ଅନେକ ଲୋକଙ୍କ ମୃତଦେହ ମିଳିଛି, କିନ୍ତୁ ସେମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ । ସେ କହିଛନ୍ତି, “ଆମର ପ୍ରୟାସ ଜାରି ରହିଛି, କିନ୍ତୁ ପରିସ୍ଥିତି ବହୁତ କଷ୍ଟକର ।”

    ଏଥି ସହ ଗଛ ଉପରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି । ଡଙ୍ଗା ଏବଂ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟେକ୍ସାସର କେର କାଉଣ୍ଟିରେ ପ୍ରବଳ ବନ୍ୟା ପରେ ୮୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଟେକ୍ସାସ ରାଜ୍ୟପାଳ ଗ୍ରେଗ ଆବୋଟ୍ କହିଛନ୍ତି ଯେ ଏହି ଅଭିଯାନ ରାତିସାରା ଜାରି ରହିଥିଲା ଏବଂ ଦ୍ବିତୀୟ ଦିନ ପାଇଁ ମଧୟ ଜାରି ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ