Sunday, March 15, 2026
34.6 C
Odisha

    ଖାଦ୍ୟ ଯାହା ପ୍ରାକୃତିକ ଭାବେ କେଶ ବୃଦ୍ଧିରେ ସହାୟକ ହୋଇଥାଏ

    ଆଗକୁ ପଢନ୍ତୁ

     

    କେଶକୁ ଘନ, ସୁନ୍ଦର ଓ ଚମକଦାର କରିବା ପାଇଁ ଆମେ ଅନେକ ପ୍ରକାର ଉପାୟ ଆପଣେଇ ଥାଆନ୍ତି । ବିଭିନ୍ନ ପ୍ରକାର ଦାମୀ ଉତ୍ପାଦ ବ୍ୟବହାର କରିବାଠାରୁ ଆରମ୍ଭ କରି ଘଣ୍ଟା ଘଣ୍ଟା ସେଲୁନ ରେ ବସି ନାନା ପ୍ରକାର ଟ୍ରିଟମେଣ୍ଟ କରିବା ଯାଏଁ ସବୁ କିଛି କରିଥାଆନ୍ତି ଆମେ । ହେଲେ କେଶ ଉପରେ କେବଳ ସଠିକ ପ୍ରଡକ୍ଟ୍ ବ୍ୟବହାର କରିଦେଲେ ତାହା ଆକର୍ଷଣୀୟ ହୋଇ ନଥାଏ । ଆମେ ଖାଦ୍ୟରେ ଖାଉଥିବା ପୋଷଣ କେଶର ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ଅତ୍ୟାବଶ୍ୟକ ପୋଷକ ତତ୍ତ୍ଵରେ ଭରପୁର ସନ୍ତୁଳିତ ଖାଦ୍ୟ କେଶ ବୃଦ୍ଧି ଓ କେଶକୁ ମଜଭୁତ କରିବାରେ ବିଶେଷ ଭୂମିକା ନିର୍ବାହ କରିଥାଏ । ଆମେ ଆପଣଙ୍କ ପାଇଁ ଆଣିଛୁ ଏହିପରି କିଛି ଖାଦ୍ୟର ଏକ ତାଲିକା । ଏସବୁ ଖାଦ୍ୟ ସୁସ୍ୱାଦୁ ହେବା ସହ ଅନେକ ପ୍ରାକୃତିକ ଶକ୍ତିର ମଧ୍ୟ ଅଧିକାରୀ ଯାହା ମଜଭୁତ ଏବଂ ସୁନ୍ଦର କେଶ ତିଆରି କରିଥାଏ ।

    1. ଅଣ୍ଡା : ପ୍ରୋଟିନ୍, ବାୟୋଟିନ୍ ଏବଂ ଭିଟାମିନ୍ ଏ ଏବଂ ଡି ଭଳି ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ଅଣ୍ଡା ମଜଭୁତ ତଥା ସୁସ୍ଥ କେଶ ପ୍ରଦାନ କରିଥାଏ। ପ୍ରୋଟିନ୍ କେଶ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବାୟୋଟିନ୍ କେରାଟିନ୍ ଉତ୍ପାଦନକୁ ସମର୍ଥନ କରି କେଶର ଇଲାଷ୍ଟିସିଟି ଏବଂ ଶକ୍ତି ବୃଦ୍ଧି କରିଥାଏ । ଭିଟାମିନ୍ ଏ ଏବଂ ଡି କେଶ ମୂଳକୁ ପୋଷଣ ଦେଇଥାଏ, କେଶ ଝଡିବା ଓ ଶୁଷ୍କତା କୁ ରୋକିଥାଏ ।
    2. ପାଳଙ୍ଗ : ପାଳଙ୍ଗରେ ଭିଟାମିନ୍ ଏ ,ଭିଟାମିନ ସି, ଫୋଲେଟ୍ , ଆଇରନ୍ ଭଳି ମିନେରାଲ୍ସ ଭରପୂର ମାତ୍ରାରେ ରହିଥାଏ । ଆଇରନ କେଶ ର ଫଲିକିଲ୍ସ ମାନଙ୍କ ପାଖେ ଅକ୍ସିଜେନ ପହଞ୍ଚାଇ ଥାଏ ଯାହା କେଶ ବୃଦ୍ଧିରେ ସହାୟକ ହୋଇଥାଏ ଏବଂ କେଶକୁ ଝଡିବାରୁ ରକ୍ଷା କରେ । ଏହି ସମୟରେ ଭିଟାମିନ୍ ଏ ଏବଂ ସି ସେବମ୍ ତିଆରି କରି ସ୍କାଲ୍ପ କୁ ମଇଶ୍ଚରାଇଜ ରଖିଥାଏ ଏବଂ କେଶ ବୃଦ୍ଧିକୁ ବଢ଼ାଇଥାଏ ।
    3. ଗାଜର : ନିୟମିତ ଗାଜର ଖାଇଲେ ସୁସ୍ଥ ଓ ମଜବୁତ କେଶ ମିଳିଥାଏ । ଗାଜରରେ ଥିବା ବିଟା କ୍ୟାରୋଟିନ ଶରୀର ମଧ୍ୟକୁ ଯାଇ ଭିଟାମିନ ଏ ରେ ପରିଣତ ହୋଇଥାଏ, ଯାହା କେଶ ବୃଦ୍ଧିକୁ ତ୍ୱରାନ୍ୱିତ କରେ । ଭିଟାମିନ୍ ଏ ସ୍କାଲ୍ପ ର ପ୍ରାକୃତିକ ତୈଳ ଉତ୍ପାଦନ କ୍ଷମତାକୁ ବଢାଇ ଥାଏ ଯାହା କେଶ ମୂଳକୁ ମଶ୍ଚରାଇଜ୍ ରଖିଥାଏ । ଗାଜରକୁ ସାଲାଡ୍, ସୁପ୍ ରେ ହେଉ କିମ୍ବା ଏକ ସୁସ୍ଥ ଜଳଖିଆ ଭାବରେ ହେଉ, ନିଜ ଖାଦ୍ୟରେ ସାମିଲ କରି ଆପଣ ଆପଣଙ୍କ କେଶକୁ ଭିତରୁ ପୋଷଣ ଦେଇପାରିବେ ।
    4. ଦହି : ପ୍ରୋଟିନ, ଭିଟାମିନ ବି5 ଓ ବି6 ର ଏକ ଉତ୍ତମ ଉତ୍ସ ହେଉଛି ଦହି । କେଶ ଗଠନ ଓ ଶକ୍ତି ପାଇଁ ପ୍ରୋଟିନ ଜରୁରୀ ହୋଇଥିବା ବେଳେ ଭିଟାମିନ ଗୁଡିକ ସ୍କାଲ୍ପ କୁ ମଜଭୁତ ଓ ମଶ୍ଚରାଇଜ ରଖିବାରେ ସହାୟକ ହୁଅନ୍ତି । ଦହି ହେଉଛି ଏକ ବହୁମୂଖୀ ଉପାଦାନ ଯାହା ଉଭୟ ପାଚନ କ୍ରିୟା ଏବଂ କେଶ ବୃଦ୍ଧି ପାଇଁ ଜରୁରୀ ଅଟେ । ତେଣୁ ଏହାକୁ ନିୟମିତ ଖାଦ୍ୟରେ ସାମିଲ କରି ଆପଣ ଅନେକ ଗୁଡିଏ ଲାଭ ପାଇ ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.6 ° C
    34.6 °
    34.6 °
    18 %
    1.5kmh
    87 %
    Sun
    34 °
    Mon
    38 °
    Tue
    39 °
    Wed
    37 °
    Thu
    36 °

    ସମ୍ବନ୍ଧିତ