Wednesday, October 7, 2026
23.2 C
Odisha

    ବିବାହ କଲେ ଭାରତର ଷ୍ଟାର କ୍ରିକେଟର କୁଲଦୀପ ଯାଦବ

    ଆଗକୁ ପଢନ୍ତୁ

    ମସୁରୀ : ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ଷ୍ଟାର କ୍ରିକେଟର କୁଲଦୀପ ଯାଦବ। ବାଲ୍ୟବନ୍ଧୁ ବଂଶୀକାଙ୍କ ହାତ ଧରିଛନ୍ତି  ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର କୁଲଦୀପ ଯାଦବ । ଉତ୍ତରାଖଣ୍ଡର ହିଲ୍ ଷ୍ଟେସନ ମସୁରୀର ସାଭୋଇ ହୋଟେଲରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି । ମାର୍ଚ୍ଚ ୧୪ ତାରିଖରେ ସେ ବିବାହ କରିଥିବାବେଳେ ପରିବାର ସଦସ୍ୟ, ନିକଟତମ ବନ୍ଧୁ ଏବଂ କ୍ରିକେଟ୍ ସହିତ ଜଡିତ ଅନେକ ସେଲିବ୍ରିଟି ଯୋଗଦେଇ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ବିରାଟ କୋହଲି, ପୀୟୁଷ ଚାୱଲା, ରୋହିତ ଶର୍ମା, ଜସପ୍ରିତ ବୁମରା, ସୂର୍ଯ୍ୟକୁମାର ଯାଦବ, ସୁନୀଲ ଗାଭାସ୍କର, ରିଙ୍କୁ ସିଂହ ଏବଂ ସୁରେଶ ରୈନା ମଧ୍ୟ କୁଲଦୀପଙ୍କ ବିବାହରେ ଯୋଗ ଦେଇଥିଲେ। କୁଲଦୀପ ଯାଦବ ଏବଂ ବଂଶୀକାଙ୍କ ବିବାହ ରିସେପ୍ସନ ୧୭ ମାର୍ଚ୍ଚରେ ଲକ୍ଷ୍ନୌରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ୍ ଇଣ୍ଡିଆର ତାଙ୍କ ବନ୍ଧୁ ୟୁଜଭେନ୍ଦ୍ର ଚହଲ ହଳଦୀ ଉତ୍ସବର ମଜା ନେଉଥିବାର ଦେଖାଯାଇଥିଲା। ରିଙ୍କୁ ସିଂହ ତାଙ୍କ ମଙ୍ଗେତର ପ୍ରିୟା ସରୋଜଙ୍କ ସହିତ ପହଞ୍ଚିଥିଲେ। ବୋଲର ଭୁବନେଶ୍ୱର କୁମାର ମଧ୍ୟ ତାଙ୍କ ପତ୍ନୀଙ୍କ ସହିତ ଦେଖାଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ