Saturday, July 27, 2024
24.8 C
Odisha

    ଗ୍ରୀଷ୍ମ ଋତୁରେ ଲାଭଦାୟକ ହୋଇଥାଏ ଡ୍ରାଗନ ଫୁଡ: ଜାଣନ୍ତୁ, ଏଥିରୁ କ’ଣ ସବୁ ଲାଭ ମିଳେ

    ଆଗକୁ ପଢନ୍ତୁ

    ଡ୍ରାଗନ ଫୁଡ କମ କ୍ୟାଲୋରୀଯୁକ୍ତ ଫଳରେ ଅନେକ ପୋଷକ ତତ୍ତ୍ୱ ରହିଥିବାରୁ ଏହାର ଚାହିଦା ବେଶ ବଢିବାରେ ଲାଗିଛି । ତେବେ ଗ୍ରୀଷ୍ମ ଋତୁରେ ଲୋକଙ୍କ ପାଇଁ ଏହି ଫଳ ଖୁବ ଲାଭଦାୟକ ହୋଇଥାଏ । ସେଥିପାଇଁ ଭାରତରେ ଏହାର ଲୋକପ୍ରିୟତାକୁ ଦେଖି ଡ୍ରାଗନ ଫୁହର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି । ଏହି ଫଳରେ ଭିଟାମିନ ଏ, ଭିଟାମିନ ସି, ମ୍ୟାଗ୍ନେସିୟମ, କ୍ୟାଲସିୟମ ଏବଂ ଆଇରନ ପରି ମିନେରାଲ୍ସ ରହିଛି । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ଅଧିକ ପରିମାଣରେ ରହିଥାଏ, ଯାହା ମଣିଷର ଶରୀରର ଊଘଇକୁ ଡ୍ୟାମେଜ କରିବାରୁ ରକ୍ଷା କରିଥାଏ । ଡ୍ରାଗନ ଫୁଡରେ ଭରପୂର ରହିଥିବା ଫାଇବର ହଜମ ପ୍ରକ୍ରିୟାକୁ ଠିକ ରକିବା ସହିତ ଶରୀରରେ ଶର୍କରାର ପରିମାଣ ନିୟନ୍ତ୍ରିତ ରଖିଥାଏ । ଏହାବ୍ୟତୀତ ଡ୍ରାଗନ ଫୁଡରେ ଫେନୋଲିକ ଏସିଡ, ଫ୍ଲାଭୋନାଏଡ ଏବଂ ବେଟାସାନିନ ଇତ୍ୟାଦି ଆଣ୍ଟିଅକ୍ସାଇଡ ସାମିଲ ରହିଥାଏ । ଫ୍ରି ରେଡିକଲ ଡ୍ୟାମେଜରୁ ରକ୍ଷା କରିବା ସହିତ ଏହା ବାର୍ଦ୍ଧକ୍ୟର ଲକ୍ଷଣ ଏବଂ କର୍କଟ ରୋଗ ଭଳି ଅନେକ ରୋଗକୁ ରୋକିବାରେ ସହାୟକ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ