Tuesday, September 29, 2026
28.1 C
Odisha

    UPI ପେମେଣ୍ଟ କରୁଥିଲେ ସାବଧାନ୍! ମନେ ରଖନ୍ତୁ ଏହି କଥା

    ଆଗକୁ ପଢନ୍ତୁ

    ୟୁପିଆଇ ବା ଡିଜିଟାଲ ପେମେଣ୍ଟ ଚାହିଦା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି। ଶିକ୍ଷାଗତ ଯୋଗ୍ୟତା ନ ଥିଲେ ମଧ୍ୟ ସମସ୍ତେ ୟୁପିଆଇ ବ୍ୟବହାର କରୁଛନ୍ତି। କାରଣ ସଉଦା କିଣିବା ଦୋକନ ହେଉ କିମ୍ବା ପରିବା ଦୋକାନ ହେଉ ସବୁଠାରେ ଏହି ୟୁପିଆଇ ଦ୍ୱାରା ଟଙ୍କା ପଠାଇବା ଅତି ସହଜ ହୋଇଯାଇଛି। କେବଳ ଏକ କ୍ୟୁଆର କୋଡକୁ ସ୍କାନ କରି ଅତି ସହଜରେ ପେମେଣ୍ଟ କରିଥାଉ। ତେବେ ଏହି ଅନଲାଇନ ନେଣଦେଣ ବଢ଼ିବା ଯୋଗୁଁ ସାଇବର ଠକେଇ ମଧ୍ୟ ବଢ଼ିବାରେ ଲାଗିଛି। ଯଦି ଆପଣ କୌଣସିବି ପେମେଣ୍ଟ ଆପ୍ ବ୍ୟବହାର କରୁଛନ୍ତି । ତାହେଲେ ତଳେ ଦିଆଯାଇଥିବା ୫ଟି କଥାର ଧ୍ୟାନ ଆପଣଙ୍କୁ ରଖିବାକୁ ପଡ଼ିବ। ନହେଲେ ଆପଣ ଠକାମୀର ଶିକାର ହୋଇପାରନ୍ତି।

    ଯଦି ଆପଣ ୟୁପିଆଇ ବ୍ୟବହାର କରୁଛନ୍ତି ତେବେ ଫୋନକୁ ଆସିଥିବା କୌଣସି ବି ଅଜଣା ଲିଙ୍କ୍ ରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ଫେକ୍ କଲ ଉଠାନ୍ତୁ ନାହଁ ।
    ଗୋଟିଏରୁ ଅଧିକ ୟୁପିଆଇ ଆପ୍ ବ୍ୟବହାର କରନ୍ତୁ ନାହିଁ । କୌଣସି ଗୋଟିଏ ୟୁପିଆଇ ଆପ୍ ବ୍ୟବହାର କରିବା ଭଲ ।

    ୟୁପିଆଇ ଆପ୍ କୁ ନିୟମିତ ଭାବରେ ଅପଡେଟ୍ ରଖନ୍ତୁ । ଅବଶ୍ୟ ଏହା ଅଟୋମେଟିକ୍ ଭାବରେ ଅପଡେଟ ହୋଇଯାଇଥାଏ । ନୂଆ ଭର୍ଜନକୁ ଅପଡେଟ କରିବା ଭଲ ୟୁଆଇ ଏବଂ ସୁବିଧା ପ୍ରଦାନ କରିଥାଏ । ଅପଡେଟ କରିବା ଦ୍ୱାରା ଆପ୍ ରେ ଥବା ବଗ୍ ଫିକ୍ସ ହୋଇଥାଏ । ଆପ୍ କୁ ଲେଟେଷ୍ଟ ଭର୍ଜନରେ ଅପଗ୍ରେଡ କରିବା ଦ୍ୱାରା ଆପଣଙ୍କ ଆକାଉଣ୍ଟ ମଧ୍ୟ ସୁରକ୍ଷିତ ରହିଥାଏ ।

    କେବେବି ୟୁପିଆଇ ଆଡ୍ରେସ କାହାରିକୁ ସେୟାର କରନ୍ତୁ ନାହିଁ । କାରଣ ୟୁପିଆଇ ଆଇଡି ବା ଆଡ୍ରେସ୍ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ଥାଏ । ଯଦି ଆପଣଙ୍କୁ କେହି କଲ କରି ୟୁପିଆଇ ସମ୍ବନ୍ଧୀୟ ତଥ୍ୟ ମାଗେ ତାହେଲେ ତୁରନ୍ତ ତାଙ୍କୁ ବ୍ଲକ କରନ୍ତୁ।

    ବ୍ୟବହାର କରୁଥିବା ପେମେଣ୍ଟ ଆପ୍ ପାଇଁ ଏକ ମଜବୁତ୍ ସ୍କ୍ରିନ୍ ଲକ୍ ସେଟ୍ କରନ୍ତୁ । ଧ୍ୟାନ ରଖନ୍ତୁ ଏହା ଆପଣଙ୍କ ଜନ୍ମ ଦିନ, ବର୍ଷ, ମୋବାଇଲ ନମ୍ବର କିମ୍ବା କୌଣସି ଅନ୍ୟ ନମ୍ବର ହୋଇନଥିବା ଦରକାର । ଏହା ସହ ଆପଣଙ୍କୁ ଆପଣଙ୍କ ପିନ୍ ମଧ୍ୟ କାହା ସହ ସେୟାର କରନ୍ତୁ ନାହିଁ, ଏବଂ ଯଦି ଆପଣଙ୍କୁ ଲାଗୁଛି କେହି ଆପଣଙ୍କ ପିନ୍ କୁ ଦେଖିଛନ୍ତି ତେବେ ଏହାକୁ ସଙ୍ଗେ ସଙ୍ଗେ ପରିବର୍ତ୍ତନ କରନ୍ତୁ ।
    ୟୁପିଆଇ ପିନ୍ ଏଣ୍ଟ୍ରି କରିବାବେଳେ ସାବଧାନତା ଅବଲମ୍ବନ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ