Tuesday, March 10, 2026
32.7 C
Odisha

    ଗ୍ଲୋଇଙ୍ଗ ତ୍ୱଚା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

    ଆଗକୁ ପଢନ୍ତୁ

    ଅଣ୍ଡାର ପ୍ୟାକ

    ଯଦି ଆପଣଙ୍କୁ ଅଣ୍ଡାର ବାସ୍ନାରେ କିଛି ଅସୁବିଧା ନଥାଏ ତେବେ ଅଣ୍ଡାର ଧଳା ଅଂଶ ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇଥାଏ। ଅଣ୍ଡାର ଧଳା ଅଂଶକୁ ଏକ ପାତ୍ରରେ କାଢ଼ି ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଚେହେରାରେ ପ୍ୟାକ ଭଳି ଲଗାନ୍ତୁ ଏବଂ ଶୁଖିଗଲା ପରେ ଧୋଇ ଦିଅନ୍ତୁ।

    ଦହିର ଭିଟାମିନ ପ୍ୟାକ

    ତିନୋଟି ଭିଟାମିନ ଇ କ୍ୟାପସୁଲକୁ ଏକ  ପାତ୍ରରେ କାଢ଼ି ସେଥିରେ ଦୁଇ ଚାମଚ ଦହି, ଅଧା ଚାମଚ ମହୁ ଏବଂ ଅଧା ଚାମଚ ଲେମ୍ବୁରସକୁ ମିଶାନ୍ତୁ। ଭଲଭାବେ ଫେଣ୍ଟି ଏହି ପ୍ୟାକକୁ ତ୍ବଚାରେ ଲଗାଇ ୧୦ ମିନିଟ ପର୍ୟ୍ୟନ୍ତ ଛାଡି ଦିଅନ୍ତୁ। ପରେ ତ୍ବଚାକୁ ସାମାନ୍ୟ ମସାଜ କରି ସଫା ପାଣିରେ ଧୋଇ ଦିଅନ୍ତୁ।

    ନଡିଆ ତେଲ

    ସବୁବେଳେ ଶୋଇବା ପୂର୍ବରୁ ରିନ୍କଲ୍ସ ହୋଇଥିବା ଯାଗାରେ ନଡିଆ ତେଲକୁ ସାମାନ୍ୟ ମସାଜ କରନ୍ତୁ। ନିୟମିତ ଭାବରେ ରିନ୍କଲ୍ସରେ ନଡିଆ ତେଲ ଲଗାଇବା ଦ୍ବାରା ରିନ୍କଲ୍ସ କମ ହୋଇଯାଇଥାଏ।

    ଅଙ୍ଗୁରରେ କରନ୍ତୁ ମସାଜ

    ସବୁଜ ଅଙ୍ଗୁରକୁ ରିନ୍କଲ୍ସ ହୋଇଥିବା ସ୍ଥାନରେ ସାମାନ୍ୟ ମସାଜ କରନ୍ତୁ। କୋଡିଏ ମିନିଟ ପର୍ୟ୍ୟନ୍ତ ମସାଜ କରିବା ପରେ ଏହାକୁ ସଫା ପାଣିରେ ଭଲଭାବେ ଧୋଇ ଦିଅନ୍ତୁ।

    ମହୁ ଏବଂ ଅଦା ପେଷ୍ଟ

    ଏକ ଚାମଚ ମହୁରେ ଅଦାକୁ ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ରିନ୍କଲ୍ସରେ ଲଗାଇବା ଦ୍ବାରା ରିନ୍କଲ୍ସ କମ୍ ହେବା ସହିତ ତ୍ବଚାକୁ ଚିକ୍କଣ କରିଥାଏ।

    କର୍ପୁର ତେଲ

    କୁଞ୍ଚିତ ତ୍ବଚାକୁ ହଟାଇବା ପାଇଁ ଆଖିର ଆଖପାଖ ଅଞ୍ଚଳ ଏବଂ ବେକରେ କର୍ପୁର ତେଲକୁ ମସାଜ କରନ୍ତୁ। ରିନ୍କଲ୍ସ ଦୂର କରିବା ପାଇଁ ଏହା ରାମବାଣ ଉପାୟ ଅଟେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.7 ° C
    32.7 °
    32.7 °
    41 %
    0.4kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ