Monday, June 2, 2025
28.9 C
Odisha

ଘାଟିରେ ବସ୍ ଓଲଟି ୪ ଜଣଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଗକୁ ପଢନ୍ତୁ

ଜୟପୁର: ଜୟପୁର ବୈପାରୀଗୁଡ଼ା ଘାଟିରେ ବସ୍ ଓଲଟି ୪ ଜଣଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁର୍ଘଟଣାରେ ମୃତାହତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।  ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି ।  ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଆହତଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ ଆଜି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଡକରିଘାଟିରୁ ଓଲଟି ପଡିଥିଲା ତୀର୍ଥଯାତ୍ରୀ ବସ୍ ।  ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ କଟକର ନିଆଳିରୁ ଗୁପ୍ତେଶ୍ୱର ଶୈବପୀଠକୁ ଯାଉଥିଲା ଟୁରିଷ୍ଟ ବସ । ତେବେ ସୁକୁନାଳ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ତେବେ ଦୁର୍ଘଟଣାରେ କିଛି ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ।  ସେମାନଙ୍କୁ ବୈପାରୀଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
28.9 ° C
28.9 °
28.9 °
56 %
2.2kmh
79 %
Mon
30 °
Tue
36 °
Wed
38 °
Thu
39 °
Fri
40 °

ସମ୍ବନ୍ଧିତ