Friday, September 4, 2026
23 C
Odisha

    ଆଙ୍ଗୁଠି ଫୁଟାଇବା ଅଭ୍ଯାସ କରେ ଏହି ରୋଗକୁ ନିମନ୍ତ୍ରଣ

    ଆଗକୁ ପଢନ୍ତୁ

    ଅନେକ ଲୋକଙ୍କୁ ଖାଲି କିମ୍ବା କିଛି କାମ କରୁଥିବା ସମୟରେ ଆଙ୍ଗୁଠି ଫୁଟାଇବାକୁ ଭଲ ଲାଗିଥାଏ। କିନ୍ତୁ ଧୀରେ ଧୀରେ ଏହା ଏକ ଖରାପ ଅଭ୍ୟାସରେ ପରିବର୍ତ୍ତନ ହୋଇଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ଶରୀର ପାଇଁ ହୋଇପାରେ ହାନିକାରକ। ଏହା ଦ୍ୱାରା ଆପଣ ଅଜଣାତରେ ଦେଉଛନ୍ତି ରୋଗକୁ ନିମନ୍ତ୍ରଣ। ଆସନ୍ତୁ ଏହା ବିଷୟରେ ବିସ୍ତାରରେ ଜାଣିବା।

    ଡାକ୍ତରଙ୍କ ଅନୁଯାୟୀ , ଆଙ୍ଗୁଠି ଫୁଟାଇବା ଦ୍ୱାରା ଗଣ୍ଠି ଫୁଲା ରୋଗର ସମ୍ଭାବନା ଥାଏ। ଆଙ୍ଗୁଠି ଫୁଟାଇବା ସମୟରେ ଏହାର ଗଣ୍ଠଉପରେ ପ୍ରଭାବ ପକାଇବା ସହ ଗଣ୍ଠିର ହାଡ ମଧ୍ୟରେ ଥିବା ଦୂରତାକୁ ବଢ଼ାଇବାରେ ଲାଗିଥାଏ। ଶରୀରର ହାଡ଼ ଲିଗାମେଣ୍ଟ ସହ ଯୋଡ଼ି ହୋଇରହିଥାଏ ଯାହାକୁ ଗଣ୍ଠି କୁହାଯାଇଥାଏ। ଏହି ଗଣ୍ଠି ମଧ୍ୟରେ କାର୍ବନ ଡ଼ାଇ ଆକ୍ସସାଇଡ଼ ରହିଥାଏ ଯାହା ଗଣ୍ଠିମଧ୍ୟରେ ଗ୍ରୀସ୍ ବା ତୈଳ ପଦାର୍ଥ ଭାବେ କାମ କରିଥାଏ। ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ୱାରା ଏହି ଦ୍ରବ୍ୟ ଶେଷ ହୋଇଯାଇଥାଏ।

    ଗଣ୍ଠି ଗୁଡ଼ିକରେ ଚାପ କମ ହେବା ଦ୍ୱାରା ଖାଲି ସ୍ଥାନ ସୃଷ୍ଟି ହୋଇଥାଏ। ଯେଉଁଥିରେ କାର୍ବନ ଡ଼ାଇଅକ୍ସସାଇଡ଼ ଭର୍ତ୍ତି ହୋଇ ଫୋଟକା ସୃଷ୍ଟି କରିଥାଏ। ଯାହା ଫଳରେ ଆଙ୍ଗୁଠି ଫୁଟାଇଲେ ଶବ୍ଦ ଶୁଣାଯାଇଥାଏ। ଏହି ଫୋଟକା ଫୁଟିଲା ପରେ ଏହା ଆଉଥରେ ପ୍ରସ୍ତୁତ ହେବା ପାଇଁ ୧୫-୩୦ ମିନିଟ ସମୟ ଲାଗିଥାଏ। ଏଥିପାଇଁ ସାଙ୍ଗେ ସାଙ୍ଗେ ଆଙ୍ଗୁଠି ଫୁଟାଇବା ଦ୍ୱାରା କିଛି ଶବ୍ଦ ଶୁଣା ଯାଇନଥାଏ।

    କିନ୍ତୁ ଧ୍ୟାନ ରଖନ୍ତୁ ,ବାରମ୍ବାର ଏପରି କରିବା ଦ୍ୱାରା ଗଣ୍ଠି ଗୁଡ଼ିକ ର୍ଦୁବଳ ହୋଇଯାଇଥାଏ । ଆଙ୍ଗୁଠିର ଗଣ୍ଠିରେ ସଠିକ ଭାବେ କାର୍ବନ ଡ଼ାଇଅକ୍ସସାଇଡ଼ ଉତ୍ପନ୍ନ ହୋଇନଥାଏ। ଫଳରେ ଗଣ୍ଠି ଫୁଲା ରୋଗ ହୋଇଥାଏ। ଏଣୁ ଯଦି ଆପଣଙ୍କର ଅଙ୍ଗୁଠି ଫୁଟାଇବା ଅଭ୍ୟାସ ଅଛି ତେବେ ଯେତେ ଶୀଘ୍ର ପାରୁଛନ୍ତି ବଦଳିବାକୁ ଚେଷ୍ଟା କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    87 %
    0.8kmh
    97 %
    Fri
    28 °
    Sat
    31 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ