Friday, May 1, 2026
24.6 C
Odisha

    ଚଳିତବର୍ଷ ଠାକୁରଙ୍କ ପହଣ୍ଡି ପାଇଁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ : ଅରବିନ୍ଦ ପାଢୀ

    ଆଗକୁ ପଢନ୍ତୁ

    ପୁରୀ: ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ।  ଚଳିତବର୍ଷ ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡା଼ଯାତ୍ରା ସହିତ ସମସ୍ତ ବ୍ୟଵସ୍ଥାବଳୀକୁ ଅନୁମୋଦନ । ଠାକୁରଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ହେବ ତା’କୁ ଗୁରୁତ୍ବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

    ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ଅଟାଳିକା ଗୁଡିକର ଏକ ଉଚ୍ଚତା ନିରୂପଣ କରାଯିବ ।  ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ତଥା ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ର ଭୂସମ୍ପତ୍ତି ସୁରକ୍ଷାକୁ ଗୁରୁତ୍ବ ।  ଗତବର୍ଷ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ସମୟରେ ଘଟିଥିବା ଅଘଟଣର ତଦନ୍ତ ନେଇ ତିନି ଜଣିଆ କମିଟି ଗଠନ ହୋଇଥିଲା ।

    ଏନେଇ ବୈଠକରେ କମିଟି ଆଜି ରିପୋର୍ଟ ପ୍ରଦାନ କରିଛି । ଚଳିତବର୍ଷ ଠାକୁରଙ୍କ ପହଣ୍ଡି ପାଇଁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ। ସ୍ନାନ ଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଠାକୁରଙ୍କ ପହଣ୍ଡିକୁ ଗୁରୁତ୍ବ ଦିଆଯିବ ।

    ଚଳିତ ବର୍ଷ ଘୋଷଯାତ୍ରାରେ ଯଦି କୌଣସି ଅଣ ସେବାୟତ ରଥ ଉପରେ ଚଢିବେ ସେନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ରଥ ଉପରେ ମୋବାଇଲ୍ ଫୋନ୍ ବ୍ୟବହାର କରାଗଲେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.6 ° C
    24.6 °
    24.6 °
    70 %
    0.9kmh
    43 %
    Fri
    38 °
    Sat
    41 °
    Sun
    42 °
    Mon
    39 °
    Tue
    35 °

    ସମ୍ବନ୍ଧିତ