Wednesday, July 22, 2026
25.6 C
Odisha

    ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଅଭାବନୀୟ ଦୃଶ୍ୟ, ପ୍ରବଳ ବର୍ଷା-ପବନ ଯୋଗୁଁ ଅଟକି ଗଲା ଚାପ

    ଆଗକୁ ପଢନ୍ତୁ

    ପୁରୀ : ପୁଣି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଅଭାବନୀୟ ଦୃଶ୍ୟ । ଆଜି ସନ୍ଧ୍ୟାରେ ଦିନ ଚାପ ଅନୁଷ୍ଠିତ ହେଉଥିବାବେଳେ ହଠାତ୍ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ,ପବନ ହୋଇଥିଲା । ନନ୍ଦା ଓ ଭଦ୍ରା ଚାପରେ ବିରାଜିତ ମହାପ୍ରଭୁ ଜଳକ୍ରୀଡା ସାରି ଫେରୁଥିବାବେଳେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ,ପବନ ଯୋଗୁଁ ନରେନ୍ଦ୍ର ପୁଷ୍କରିଣୀର ଗୋଟିଏ ପାର୍ଶ୍ୱରେ ଚାପ ଅଟକି ଯାଇଥିଲା ।

    ତୁରନ୍ତ ଆଉ ଗୋଟିଏ ଡଙ୍ଗା ,ଲାଇଫ ଗାର୍ଡ ଓ ରଶି ଦ୍ବାରା ଚାପ ଡଙ୍ଗାକୁ କୂଳକୁ ଅଣାଯାଇଥିଲା । ଏହି ସମୟରେ ବିଦ୍ୟୁତ୍ କାଟ୍ ମଧ୍ୟ ହୋଇଥିଲା । ସନ୍ଧ୍ୟା ପ୍ରାୟ ୭-୧୫ ରୁ ୭.୩୦ ପର୍ଯ୍ୟନ୍ତ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ନରେନ୍ଦ୍ର ପୁଷ୍କରିଣୀରେ । ଗତ ୨୮ ତାରିଖ ଦିନ ଚନ୍ଦନ ଯାତ୍ରା ନୀତିରେ ହୋଇଥିଲା ବଡ ବିଭ୍ରାଟ । ସେବାୟତ ବିବାଦ ଯୋଗୁଁ ଚାପ ନ ଖେଳି ବାହୁଡ଼ିଥିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ,ଭୂଦେବୀ ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    86 %
    2.7kmh
    100 %
    Wed
    25 °
    Thu
    27 °
    Fri
    27 °
    Sat
    29 °
    Sun
    31 °

    ସମ୍ବନ୍ଧିତ