Wednesday, May 22, 2024
28.2 C
Odisha

    ଛାତ୍ରଛାତ୍ରୀ ପିନ୍ଧି ପାରିବେନି ଛୋଟ ପୋଷାକ

    ଆଗକୁ ପଢନ୍ତୁ

    ସମ୍ବଲପୁର: ବୁର୍ଲା ଭିସୁଟରେ କୁଳପତିଙ୍କ କଡ଼ା ନିର୍ଦ୍ଦେଶ। ଛାତ୍ରଛାତ୍ରୀ ପିନ୍ଧି ପାରିବେନି ଛୋଟ ପୋଷାକ। ବୁର୍ଲା ଭିସୁଟ କୁଳପତି ଭିସୁଟ ଛାତ୍ରଛାତ୍ରୀଙ୍କ ଲାଗି ଏହି କଡା ନୋଟିସ ଜାରି କରିଛନ୍ତି। ଆଗକୁ ଭିସୁଟର ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ୟକ୍ରମ ରହିଛି। ସାଂସ୍କୃତିକ କାର୍ୟକ୍ରମରେ ଛୋଟ ପୋଷାକ ପରିଧାନ କରି ବିଶ୍ୱବିଦ୍ୟାଳୟ ପରିସରକୁ ଆସିବା ଉପରେ କଟକଣା ଲଗାଯାଇଛି। ପାରମ୍ପରିକ ପୋଷାକ ପିନ୍ଧି ଆସିବା ପାଇଁ କୁଳପତି ନୋଟିସ ଜାରି କରିଛନ୍ତି। ଯଦି ଛାତ୍ରଛାତ୍ରୀ ଏହି ନିର୍ଦ୍ଦେଶର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କୁ ଭିସୁଟ ମୁଖ୍ୟ ଫାଟକ ଭିତରକୁ ଛଡା ଯିବନାହିଁ। ଏହାସହ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.2 ° C
    28.2 °
    28.2 °
    75 %
    5.2kmh
    29 %
    Wed
    27 °
    Thu
    39 °
    Fri
    39 °
    Sat
    41 °
    Sun
    37 °

    ସମ୍ବନ୍ଧିତ