Sunday, October 18, 2026
24.8 C
Odisha

    ଋତୁରାଜ ଗାଏକ୍ବାଡ଼ ହେଲେ CSKର ନୂଆ ଅଧିନାୟକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ତମ ସଂସ୍କରଣ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ। ଚଳିତ ଆଇପିଏଲର ପ୍ରଥମ ତଥା ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତେବେ ଉଦଘାଟନୀ ମୁକାବିଲା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ କରିଛି। ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାଡ଼ଙ୍କୁ ଦଳର ନୂତନ ଅଧିନାୟକ କରାଯାଇଛି। ଆଇପିଏଲ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଇପିଏଲର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

    ଚେନ୍ନାଇ ସୁପର କିଙ୍ଗ୍‌ସ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଧୋନି ଆଉ ଦଳର ଅଧିନାୟକ ନୁହଁନ୍ତି, ଋତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂ ଧୋନି। ୨୦୧୯ରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଏକ ଅଂଶ ଭାବରେ ଋତୁରାଜ ଗାଏକ୍ୱାଡ ରହିଆସିଛନ୍ତି। ଏହି ସମୟ ମଧ୍ୟରେ ଆଇପିଏଲରେ ୫୨ଟି ମ୍ୟାଚ୍ ଖେଳିଛନ୍ତି ଋତୁରାଜ। ୨୭ ବର୍ଷିୟ ଋତୁରାଜ ଗାଓକ୍ୱାର୍ଡ ଚେନ୍ନାଇ ଦଳର ୪ର୍ଥ ଅଧିନାୟକ ଭାବେ ଦାୟିତ୍ୱ ନେବେ । ଏହା ପୂର୍ବରୁ ଧୋନୀଙ୍କ ବ୍ୟତୀତ ସୁରେଶ ରାଇନା ଓ ରବିନ୍ଦ୍ର ଜାଡେଜା ଅଧିନାୟକ ରହିସାରିଛନ୍ତି । ଧୋନୀ ୨୧୨ ମ୍ୟାଚରେ ଅଧିନାୟକ ରହିଥିବା ବେଳେ ଜାଡେଜା ୮ ଓ ରାଇନା ୫ ମ୍ୟାଚରେ ଅଧିନାୟକ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ