Wednesday, September 16, 2026
23.9 C
Odisha

    ଜଳିଗଲା ଝିଅ ବାହାଘର ପାଇଁ ସାଇତି ରଖିଥିବା ସୁନା ଓ ଲକ୍ଷ ଲକ୍ଷ ଟଙ୍କା, ମୁଣ୍ଡରେ ହାତ ଦେଇ ବସିଛି ପରିବାର

    ଆଗକୁ ପଢନ୍ତୁ

    ନିଆଁରେ ଜଳି ଯାଇଛି ୧୦୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କିଆ ବିଡ଼ା । କେଇଟା ମାସ ପରେ ଝିଅ ବାହାଘର କରିବା ପାଇଁ ପ୍ରସ୍ତୁତ ହେଉଥିଲେ ବସନ୍ତ । କିନ୍ତୁ ଜୀବନ ସାରାର ଜମାପୁଞ୍ଜି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ରାତିରେ ସବୁ ଶୋଇଥିବାବେଳେ ହଠାତ ହୋଇଥିଲା ସର୍ଟ ସର୍କିଟ । ଆଖି ସାମ୍ନାରେ ଜଳିଗଲା ବସନ୍ତଙ୍କ ଚାଳ ଛପର ଘର । ଆଉ ଝିଅ ବାହାଘର ପାଇଁ ଘରେ ସାଇତି ରଖିଥିବା ଟଙ୍କା ବି ଜଳି ପୋଡି ନଷ୍ଟ ହୋଇଗଲା ।ଉଦଳା ଥାନା ବାଉଁଶପାଳ ଗାଁରେ ଗତକାଲି ରାତିରେ ହୋଇଥିଲା ଏଭଳି ଭୟଙ୍କର ଅଗ୍ନିକାଣ୍ଡ। ଆଖି ପିଛୁଳାକେ ସବୁ କିଛି ନଷ୍ଟ ହୋଇଗଲା । ଗାଁର ବସନ୍ତ ମଲ୍ଲିକଙ୍କ ଚାଳ ଘରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ବେଳେ ଘରର ଆସବାବପତ୍ର ସହିତ ଟଙ୍କା ଓ ସୁନା ଗହଣା ଜଳିଯାଇଛି । ପାଖାପାଖି ୩ ଲକ୍ଷ ରୁ ଅଧିକ ଟଙ୍କା ଜଳି ନଷ୍ଟ ହୋଇଯାଇଛି । ଏହା ସହିତ ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ଘର ପାଖରେ ଥିବା ପାଳ ଗଦାରେ ମଧ୍ୟ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ ଉଦଳା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ସେତେବେଳକୁ ସର୍ବଗିଳା ନିଆଁ ଘର ସହ ସମସ୍ତ ଜିନିଷକୁ ଖାଇଯାଇଥିଲା ।

    ଜଣେ ଗରିବ ବାପା କେତେ କଷ୍ଟ କରି ଦୁଇ ଝିଅଙ୍କ ବାହାଘର ପାଇଁ ଟଙ୍କା ସାଇତି ରଖିଥିଲେ । କିନ୍ତୁ ଏବେ ସବୁ କିଛି ନଷ୍ଟ ହୋଇଯାଇଛି । ଏବେ କେଉଁଠି ରହିବେ ସେହି ଚିନ୍ତା ଘାରିଛି ଏମାନଙ୍କୁ । ଯଦି ପ୍ରଶାସନ ଏ ଗରିବ ପରିବାର ପ୍ରତି ଦ୍ରୁଷ୍ଟି ଦିଅନ୍ତେ ତେବେ ଏମାନଙ୍କ ଦୁଃଖ ଅଳ୍ପ ବହୁତ ଦୂର ହୋଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    86 %
    1.1kmh
    31 %
    Wed
    31 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ