Thursday, October 8, 2026
22.5 C
Odisha

    କାର୍ ଧକ୍କାରେ ମହିଳା ମୃତ

    ଆଗକୁ ପଢନ୍ତୁ

    ପାଟଣା  : ପାଟଣା ଥାନା ଅଧୀନ ସାହାରପଡା ଫାଣ୍ଡି ଅନ୍ତର୍ଗତ ମାଟିଆଗୁନି ଗ୍ରାମ ନିକଟରେ ଆଜି ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମାଟିଆଗୁନି ଗ୍ରାମର ଦୁନାଇ ମୁଣ୍ଡା (୫୬)। ସୂଚନା ଅନୁଯାୟୀ, ଏକ ସ୍କୋଡା କାର ସାହାରପଡା ପଟୁ ବାରତୁଣିଆଁ ଅଭିମୁଖେ ଯାଉଥିବା ସମୟରେ ମାଟିଆଗୁନି ବାଙ୍କ ନିକଟରେ ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ରାସ୍ତା ପାର୍ଶ୍ୱରେ ବସିଥିବା ଦୁନାଇ ମୁଣ୍ଡାଙ୍କୁ କାରଟି ଧକ୍କା ଦେବା ପରେ ରାସ୍ତା ପାର୍ଶ୍ୱରେ ଥିବା ଏକ ସିମେଣ୍ଟ ପିଲ୍ଲରରେ ଧକ୍କା ଦେଇ ବିଲ ମଧ୍ୟକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ କାର ଭିତରେ ୩ ଜଣ ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣା ପଡ଼ିଛି। ତେବେ ଗୁରୁତର ଆହତ ଦୁନାଇ ମୁଣ୍ଡାଙ୍କୁ ସାହାରପଡା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉଦ୍ଧାର କରି କରଞ୍ଜିଆ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଖବର ପାଇ ପାଟଣା ଥାନା ଏ ଏସ ଆଇ ଧନେଶ୍ୱର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କୋଡା କାରକୁ ଜବତ କରିଛି। ପରେ ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ, ଦୁର୍ଘଟଣାଗ୍ରସ୍ତ ସ୍କୋଡା କାରଟି ବାରତୁଣିଆଁ ଗ୍ରାମ ନିକଟସ୍ଥ ବରବେଡା ଗ୍ରାମର ବୋଲି ସୂଚନା ମିଳିଛି। ଏନେଇ ପାଟଣା ଥାନା ରେ ୩୧୯/୨୦୨୬ ମୂଳେ ଦୁର୍ଘଟଣା ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ